ଓଡିଶା

odisha

ETV Bharat / city

ବାସହୀନଙ୍କ ଟୀକାକରଣ କଲା ବିଏମସି - ସ୍ମାର୍ଟସିଟିର ବାସହୀନଙ୍କୁ ଟୀକାକରଣ

ଟୀକାକରଣରେ ସାମିଲ ହେଲେ ସ୍ମାର୍ଟସିଟିର ବାସହୀନ । ସହରାଞ୍ଚଳ ବାସହୀନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏବେ ସେମାନଙ୍କ ପାଖରେ ପହଞ୍ଚି ବିଏମସି ଦେଲା ଟିକା । ଅଧିକ ପଢନ୍ତୁ...

ବିଏମସି ପକ୍ଷରୁ ବାସହୀନଙ୍କୁ ଟୀକାକରଣ
ବିଏମସି ପକ୍ଷରୁ ବାସହୀନଙ୍କୁ ଟୀକାକରଣ

By

Published : Jun 4, 2021, 3:57 PM IST

ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମରେ ଏସୟୁଏଚ ବା ସହରାଞ୍ଚଳ ବାସହୀନ ସେଣ୍ଟରରେ ଟୀକାକରଣ କରାଯାଇଛି। ଏମାନଙ୍କର କୌଣସି ପରିଚୟ ପତ୍ର ନଥିବା ବେଳେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ଟିକା ପ୍ରଦାନ କରାଯାଉଛି। ବିଏମସି ସାଉଥ ଇଷ୍ଟ ଜୋନରେ ଅଶୋକ ନଗର ଏସୟୁଏଚ, ନର୍ଥ ଜୋନରେ ଚନ୍ଦ୍ରଶେଖରପୁର ଏସୟୁଏଚ ଏବଂ ସାଉଥ ୱେଷ୍ଟ ଜୋନରେ ଗଙ୍ଗନଗର ଓ ଭୀମପୁର ସହରାଞ୍ଚଳ ବାସହୀନ ସେଣ୍ଟରର ଅନ୍ତେବାସୀଙ୍କୁ ଟିକା ପ୍ରଦାନ କରାଯାଇଛି। ତିନି ଦିନ ଧରି ବିଭିନ୍ନ ଏସୟୁଏଚରେ ଟୀକାକରଣ ଚାଲିବ। ପ୍ରଥମେ ବରିଷ୍ଠ ନାଗରିକ, ବାସହୀନ, ଦିବ୍ୟାଙ୍ଗ, ବୃଦ୍ଧାଶ୍ରମର ଅନ୍ତେବାସୀ ଆଉ ଏବେ ସହରାଞ୍ଚଳ ବାସ ହୀନ କେନ୍ଦ୍ରର ହିତାଧିକାରୀ।

ବିଏମସି ପକ୍ଷରୁ ବାସହୀନଙ୍କୁ ଟୀକାକରଣ
ଯେଉଁମାନଙ୍କର କୌଣସି ସରକାରୀ ପରିଚୟ ପତ୍ର ନାହିଁ, ସେମାନଙ୍କୁ ଚିହ୍ନଟ କରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଧାରରେ ବିଏମସି ପକ୍ଷରୁ ସହରାଞ୍ଚଳ ବାସହୀନ କେନ୍ଦ୍ରରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କରୋନା ଯେଉଁଭଳି ଭୟଙ୍କର ରୁପ ନେଇଛି, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟୀକାକରଣ ସହାୟକ ହେବ। ଆସନ୍ତା ୩ ଦିନ ଧରି ଟୀକାକରଣ ଚାଲିବ।ବିଭିନ୍ନ ସ୍ଥାନରେ ବୁଲା ବିକାଳୀଙ୍କ ବାଧ୍ୟତାମୂଳକ ଟେଷ୍ଟିଙ୍ଗ ମଧ୍ୟ ଆରମ୍ଭ କରାଯାଇଛି। ଉଭୟ ଟେଷ୍ଟିଙ୍ଗ ଓ ଟୀକାକରଣକୁ ପ୍ରାଥମିକତା ଦେଇଛି ବିଏମସି। ଆଜି(ଶୁକ୍ରବାର) ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details