ଓଡିଶା

odisha

ETV Bharat / city

ପୁଣି ଭାଇରାଲ ପୁଷ୍ପା ସିନେମାର ଡାଇଲଗ୍, ସହରକୁ ସଫା ରଖିବାକୁ ବିଏମ୍‌ସିର ସଚେତନତା ଟ୍ବିଟ

ଏଣିକି ଦିନ ହେଉ କି ରାତି ବାହାରେ ଅଳିଆ ପଡିବ ନାହିଁ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟର ମାଧ୍ୟମରେ କୁହାଯାଇଛି । ତେବେ ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପାର ଏକ ଡାଇଲଗ ମାଧ୍ୟମରେ ଏହି ସୂଚନା ଦେଇଛି ବିଏମସି । ଅଧିକ ପଢନ୍ତୁ

By

Published : Feb 7, 2022, 5:37 PM IST

bmc tweet on pushpa film craze
ବିଏମସି ପକ୍ଷରୁ ପୁଷ୍ପା ସିନେମାର ଡାଇଲଗ ଟୁଇଟ୍: ସହରକୁ ସଫା ରଖିବାକୁ ସଚେତନା ବାର୍ତ୍ତା

ଭୁବନେଶ୍ବର: ଏଣିକି ଦିନ ହେଉ କି ରାତି ବାହାରେ ଅଳିଆ ପଡିବ ନାହିଁ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟର ମାଧ୍ୟମରେ କୁହାଯାଇଛି । ତେବେ ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପାର ଏକ ଡାଇଲଗ ମାଧ୍ୟମରେ ଏହି ସୂଚନା ଦେଇଛି ବିଏମସି । ସବୁବେଳେ ଅଳିଆକୁ ଡଷ୍ଟବିନରେ ପକାଇବା ଲାଗି ବିଏମସି କହିଛି ।

ବିଏମସି ପକ୍ଷରୁ ପୁଷ୍ପା ସିନେମାର ଡାଇଲଗ ଟୁଇଟ୍: ସହରକୁ ସଫା ରଖିବାକୁ ସଚେତନା ବାର୍ତ୍ତା

ଅନ୍ୟପଟେ ସହରକୁ ସଫା ରଖିବା ସହ ଅଳିଆକୁ ଡଷ୍ଟବିନ ଅବା ସଫେଇ କର୍ମଚାରୀଙ୍କୁ ଦେବାକୁ ବିଏମସି ଟୁଇଟ୍ କରି ଜଣାଇଛି । ତେଲୁଗୁ ଫିଲ୍ମ ପୁଷ୍ପାର କ୍ରେଜ୍ ଦିନକୁ ଦିନ ବଢୁଥିବାରୁ ବିଏମସି ଏଭଳି ଅଭିନବ ପ୍ରୟାସ କରିଛି । ସେହିପରି ପୂର୍ବରୁ ମଧ୍ୟ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନା କରିବା ଲାଗି ଏହି ସିନେମାର ଡାଇଲଗକୁ ଟୁଇଟ୍ କରାଯାଇଥିଲା ।

ବିଏମସି ପକ୍ଷରୁ ପୁଷ୍ପା ସିନେମାର ଡାଇଲଗ ଟୁଇଟ୍: ସହରକୁ ସଫା ରଖିବାକୁ ସଚେତନା ବାର୍ତ୍ତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details