ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ କୋଭିଡ-19 ସଚେତକ ହେବେ ପିୟର ଲିଡର - ସ୍ମାର୍ଟସିଟିରେ କୋଭିଡ19 ସଚେତକ ହେବେ ପିୟର ଲିଡର

ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ମାର୍ଟ କୋଭିଡ ସଚେତକ। ସ୍ମାର୍ଟସିଟିରେ ପିୟର ଲିଡର ହେବେ କୋରୋନା ଯୋଦ୍ଧା । ରାଜଧାନୀର ୧୦୦ ଟି ବସ୍ତିର ଗଳି କନ୍ଦିରେ ବୁଲି କୋଭିଡ ସଚେତନତାର ବାର୍ତ୍ତା ବାଣ୍ଟିବେ ପିୟର ଲିଡର। ଅଧିକ ପଢନ୍ତୁ...

bmc-trained-peer-leaders-for-covid19-awareness
ସ୍ମାର୍ଟସିଟିରେ କୋଭିଡ19 ସଚେତକ ହେବେ ପିୟର ଲିଡର

By

Published : Jun 27, 2020, 9:14 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ପିୟର ଲିଡର ହେବେ କୋରୋନା ଯୋଦ୍ଧା । ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ମାର୍ଟ କୋଭିଡ ସଚେତକ । ପ୍ରାୟ ୧୦୦ ଟି ବସ୍ତିର ଗଳି କନ୍ଦିରେ ବୁଲି କୋଭିଡ ସଚେତନତାର ବାର୍ତ୍ତା ବାଣ୍ଟିବେ ପିୟର ଲିଡର।

ସ୍ମାର୍ଟସିଟିରେ କୋଭିଡ19 ସଚେତକ ହେବେ ପିୟର ଲିଡର

ଭୁବନେଶ୍ବରରେ କୋରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି,ଏହି ଘଡି ସନ୍ଧି ମୁହୂର୍ତ୍ତରେ କୋରୋନା ସଂକ୍ରମଣକୁ ଚେକ ଦେବା ପାଇଁ ସୋସିଆଲ ସ୍ମାର୍ଟସିଟି ପ୍ରକଳ୍ପରେ କାର୍ଯ୍ୟରତ ପିୟର ଲିଡର ମାନେ ନିଜ ନିଜର ଗୋଷ୍ଠୀରେ କୋଭିଡ ସଚେତକ ହୋଇ କାର୍ଯ୍ୟ କରିବେ । ଏନେଇ ଶନିବାର ଭୁବନେଶ୍ବର ସହିଦ ନଗର ସ୍ଥିତ ବିଏମସି କଲ୍ୟାଣ ମଣ୍ଡପ ଠାରେ ୧୨୦ ଜଣ ଯୁବତୀ ଲାଇଫ ସ୍କିଲ ଏଜୁକେସନ ବାବଦରେ ତାଲିମ ନେଇଛନ୍ତି ।ଏହି ତାଲିମ ପାଇବା ଦ୍ବାରା ବସ୍ତିରେ ବସ୍ତିବାସିନ୍ଦାଙ୍କୁ କୋରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତ କରାଯିବ । ମାସ୍କ ପିନ୍ଧିବା ଠାରୁ ସାମାଜିକ ଦୂରତା,ହାତ ଧୋଇବା, କୋରୋନା ଲକ୍ଷଣ ବିଷୟରେ କୋଭିଡ ସଚେତକ ଭାବରେ ସଚେତନ କରାଇବୁ ବୋଲି ପ୍ରେସ କଲୋନୀର ଜଗନ୍ନାଥ ବସ୍ତିର ପିୟର ଲିଡର ଦୀପାଞ୍ଜଳି ସାହୁ କହିଛନ୍ତି ।

ପିୟର ଲିଡର ମାନେ ଘର ଘର ବୁଲି ପରିବାର ସଦସ୍ୟ ମାନଙ୍କୁ ସାକ୍ଷାତକରି ସାମାଜିକ ଦୂରତା,ହାତରେ ସ୍ବାସ୍ଥ୍ୟରକ୍ଷା, ମାସ୍କ ପରିଧାନ ଏବଂ କୋରୋନା ଲକ୍ଷଣ ମାନ ବୁଝାଇବେ । କୌଣସି ଜନସାଧାରଣଙ୍କ ଥରେ କୋଭିଡ ଲକ୍ଷଣ ଦେଖାଗଲେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବେ । ଭୁବନେଶ୍ବରର ୧୦୦ ଟି ବସ୍ତିରେ ଏହି ପ୍ରକଳ୍ପ ଦ୍ବାରା ବିବିଧ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details