ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର)ଠୁ କିମ୍ସରେ କୋଭିଡ଼ ହସ୍ପିଟାଲ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ହସ୍ପିଟାଲ 500 ଶଯ୍ୟା ବିଶିଷ୍ଟ ହେବାକୁ ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ବିଏମସିର ଚୁକ୍ତିନାମା ହୋଇଛି । ଏହାପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସୂଚନା ଅନୁଯାୟୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କୋଭିଡ ହସ୍ପିଟାଲ ଚାଲୁ ରହିଛି । ସମ ହସ୍ପିଟାଲରେ ୭୭୧ ବେଡ଼, ହାଇଟେକ ହସ୍ପିଟାଲରେ ୨୪୬ ବେଡ଼, ଆଦିତ୍ୟ ଅଶ୍ୱିନୀରେ ୨୦୦ ବେଡ଼ ଏବଂ ନୀଳାଚଳ ହସ୍ପିଟାଲରେ ୧୦୦ ବେଡ଼ର ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ବ୍ଲୁ ହୁଇଲ ହସ୍ପିଟାଲ, କିମ୍ସ ହସ୍ପିଟାଲ, କିଡ୍ସ ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲ କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ଖୋଲାଯିବ ।