ଓଡିଶା

odisha

ETV Bharat / city

ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଟ୍ୟାକ୍ସ କଲେକ୍ଟର - ଟାକ୍ସ କଲେକ୍ଟର

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ । ହୋଲ୍ଡିଂ ଟ୍ୟାକ୍ସ କମାଇବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଅଧିକାରୀ
ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଅଧିକାରୀ

By

Published : Aug 22, 2022, 1:47 PM IST

ଭୁବନେଶ୍ବର:ସାମ୍ନାକୁ ଆସିଲା ବିଏମସି (BMC)ର ଲାଞ୍ଚ କାରବାର । ହୋଲ୍ଡିଂ ଟ୍ୟାକ୍ସ (Holding Tax) କମାଇବାକୁ ଅଧିକାରୀ ନେଉଥିଲେ ଲାଞ୍ଚ । ତେବେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଏମସିର ଟ୍ୟାକ୍ସ କଲେକ୍ଟର (BMC Tax Collector) ।

ଏହା ବି ପଢନ୍ତୁ- ଶାରଦା ମାଇନ୍ସର ୬ଟି ସ୍ଥାନରେ ଛାପା ମାରିଲା ED

ବିଏମସି ଓ୍ବାର୍ଡ ଅଫିସ ୨୩ର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ ଡିଭିଜନ । ପଚରାଉଚୁରା ବେଳେ ଏ ସମ୍ପର୍କରେ ଜଣାପଡିଛି । ପୂର୍ବତନ ଟ୍ୟାକ୍ସ କଲେକ୍ଟର ଜୋଗେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଭାଗରେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନିଆଯାଉଥିଲା । ଏପରି ସୂଚନା ପାଇ ରେଡ୍‌ ହ୍ୟାଣ୍ଡେଡ ଧରିଥିବା ବେଳେ ଦୁଇ ଜଣଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details