ଭୁବନେଶ୍ବର:ରାଜଧାନୀରେ ଜୋରଦାର ଚାଲିଛି ଟୀକାକରଣ ଡ୍ରାଇଭ । ପ୍ରତ୍ୟେକ ନାଗରିକଙ୍କୁ ଟୀକାକରଣରେ ସାମିଲ କରିବା ଦିଗରେ ଗୁରୁତ୍ବାରୋପ କରାଯାଉଛି । ଗତ ଜୁନ 30 ସୁଦ୍ଧା କେହି ଜଣେ ବି ହିତାଧିକାରୀ ଯେପରି ଟୀକାକରଣରୁ ବାଦ୍ ନ ପଡନ୍ତି ସେନେଇ ବିଏମସି ଲକ୍ଷ୍ୟ ରଖିଥିଲା । ତେବେ ନିଜ ଲକ୍ଷ୍ୟ ପୂରଣ କରିବାରେ ବିଏମସି କେତେ ସଫଳ ହୋଇଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ସମସ୍ତ ବାସିନ୍ଦାଙ୍କୁ ଟୀକାକରଣ କରି ସ୍ମାର୍ଟସିଟି ରୋଲମଡେଲ ହେବାର ଲକ୍ଷ୍ୟ ରଖିଛି BMC ।
ଟୀକାକରଣରେ ସ୍ମାର୍ଟସିଟି ହେବ ରୋଲ ମଡେଲ ! - ଟୀକାକରଣ କ୍ଷେତ୍ରରେ ସ୍ମାର୍ଟସିଟି ରୋଲମଡେଲ
ରାଜଧାନୀରେ ଜୋରଦାର ଚାଲିଛି ଟୀକାକରଣ ଡ୍ରାଇଭ । ସମସ୍ତ ରାଜଧାନୀ ବାସିନ୍ଦାଙ୍କୁ ଟୀକାଦାନ କରି ଦେଶରେ ରୋଲମଡେଲ ସହର ହେବାକୁ ଲକ୍ଷ୍ୟ ରଖିଛି BMC । ଅଧିକ ପଢନ୍ତୁ...
ସମାଜର ସବୁ ବର୍ଗର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଛି BMC । ପ୍ରଥମେ ବରିଷ୍ଠ ନାଗରିକ, ବାସହୀନ, ଦିବ୍ୟାଙ୍ଗ, ବୃଦ୍ଧାଶ୍ରମର ଅନ୍ତେବାସୀ, ହୋମ ଡେଲିଭରି କର୍ମଚାରୀ, ହୋଟେଲ, ରେଷ୍ଟୁରାଣ୍ଟ କର୍ମଚାରୀ, ଆଇଟି କର୍ମଚାରୀମାନଙ୍କୁ ଟିକା ପ୍ରଦାନ କରାଯାଉଛି । ଜୁନ ଶେଷ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା । BMC କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଜୁନ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାଦାନ କାର୍ଯ୍ୟ ଶେଷ ହେବ । ଟୀକାକରଣ ନେଇ ସମଗ୍ର ଦେଶରେ ବିଏମସି ରେକର୍ଡ କରିବ । ହେଲେ ବିଏମସିର ନିଜ ଟାର୍ଗେଟ ପୂରଣ କରିବାରେ ବାସ୍ତବରେ ସଫଳ ହୋଇଛି କି ନାହିଁ ସେନେଇ ପ୍ରଶ୍ନ ଉଠିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ