ଓଡିଶା

odisha

ETV Bharat / city

ଆଗକୁ ଜନଗଣନା, ପ୍ରସ୍ତୁତି ଆରମ୍ଭ କଲା ବିଏମସି

ଆଗକୁ ଜନଗଣନା ପାଇଁ ବିଏମସି ପକ୍ଷରୁ ଜନଗଣନା ପ୍ରଶିକ୍ଷଣ ଶିବିର କରାଯାଇଛି । ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଏଥିରେ 40 ଜଣ ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 8, 2019, 5:16 PM IST

ଭୁବନେଶ୍ବର: ଆଗକୁ ଆରମ୍ଭ ହେବ ଜନଗଣନା । ଏହା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ବିଏମସି ପକ୍ଷରୁ ଜନଗଣନା ପ୍ରଶିକ୍ଷଣ ଶିବିର କରାଯାଇଛି । ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଶୁକ୍ରବାର ଶେଷ ହେବ । ପରେ ପୁଣି ଥରେ ଅଗଷ୍ଟ 12 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ପ୍ରଶିକ୍ଷଣ ଶିବିର ଭୁବନେଶ୍ବରର 15 ନମ୍ବର ୱାର୍ଡ, ସାଲିଆ ସାହି, ନୟାପଲ୍ଲୀ ଏବଂ ଆଇଆରସି ଭିଲେଜ ଅଞ୍ଚଳରେ କରାଯିବ । ଏହି ପ୍ରଶିକ୍ଷଣ ଶିବିର ପାଇଁ 40 ଜଣ ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହା ବ୍ୟତିତ ଏମାନେ ନିଜର ଦୈନିକ ବିଦ୍ୟାଳୟ କାର୍ଯ୍ୟ ବ୍ୟତୀତ କ୍ଷେତ୍ର ପରିଦର୍ଶନ କରି ଗୃହ ତାଲିକା ଏବଂ ଜନଗଣନା କରିବେ ବୋଲି ବିଏମସି ଉପାୟୁକ୍ତ ଶ୍ୟାମ ସୁନ୍ଦର ସେଠୀ କହିଛନ୍ତି । ଅନ୍ୟପଟେ ଆସନ୍ତା ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୃହଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ହେବା ନେଇ ସୂଚନା ରହିଛି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details