ଓଡିଶା

odisha

ETV Bharat / city

ବିଏମସିର ମୋ ୱାର୍ଡ ବୈଠକ, ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର ଅଭିଯାନ ଆରମ୍ଭ - ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର

ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର ବାର୍ତ୍ତାକୁ ନେଇ ବିଏମସିର ମୋ ୱାର୍ଡ ବୈଠକ ଅଭିଯାନ ଆରମ୍ଭ । ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ନିଜ ଘରୁ ହିଁ ଉଦ୍ୟମ ଆରମ୍ଭ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଅଧିକ ପଢ଼ନ୍ତୁ

'ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର'କୁ ନେଇ ବିଏମସିର ମୋ ୱାର୍ଡ ବୈଠକ ଆରମ୍ଭ
'ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର'କୁ ନେଇ ବିଏମସିର ମୋ ୱାର୍ଡ ବୈଠକ ଆରମ୍ଭ

By

Published : Sep 22, 2022, 3:45 PM IST

ଭୁବନେଶ୍ବର: ବିଏମସିର ମୋ ୱାର୍ଡ ବୈଠକ ଅଭିଯାନ । 'ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର' ବାର୍ତ୍ତାକୁ ନେଇ ବିଏମସିର ପ୍ରତି ୱାର୍ଡରେ ଆରମ୍ଭ ହୋଇଛି ମୋ ୱାର୍ଡ ବୈଠକ । ପ୍ରଥମ ଦିନରେ ୱାର୍ଡ ନମ୍ବର ୫୨, ୬୧ ଓ ୧୪ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ବିଏମସିର ମୋ ୱାର୍ଡ ବୈଠକ, ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର ଅଭିଯାନ ଆରମ୍ଭ

ଆରମ୍ଭ ହୋଇଛି 'ମୋ ଭୁବନେଶ୍ବର ସ୍ବଚ୍ଛ ଭୁବନେଶ୍ବର' ଅଭିଯାନ । ଏନେଇ ବିଏମସିର ପ୍ରତି ୱାର୍ଡରେ ମୋ ୱାର୍ଡ ବୈଠକ ଅନୁଷ୍ଠିତ ହେବ । ଏଥିରେ ୱାର୍ଡ ଗୁଡ଼ିକ କିଭଳି ସ୍ବଚ୍ଛ ଓ ପରିଷ୍କାର ରହିବ ସେନେଇ ଆଲୋଚନା କରାଯିବ । ତେବେ ବୁଧବାର ଦିନ ୱାର୍ଡ ନମ୍ବର ୫୨, ୬୧ ଓ ୧୪ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନିଜ ୱାର୍ଡକୁ ସ୍ବଚ୍ଛତାରେ ନମ୍ବର ୱାନ କରିବା ପାଇଁ ସମସ୍ତଙ୍କର ସହଭାଗିତା ଆବଶ୍ୟକ । ସହରର ୱାର୍ଡ ନମ୍ବର ୫୨, ୬୧ ଓ ୧୪ରେ ୱାର୍ଡବାସୀ ଏହି ଉତ୍ତର ଦାୟିତ୍ବକୁ ସମ୍ପାଦନ କରିବାର ସଂକଳ୍ପ ନେଇଥିଲେ ।

"ମୋ ୱାର୍ଡ ସ୍ବଚ୍ଛ ହେଲେ ମୋ ସହର ସୁନ୍ଦର ହେବ", ଏହି ବାର୍ତ୍ତା ନେଇ ବିଏମସି ପକ୍ଷରୁ ଅନେକ ସଚେତନତାର ସୂତ୍ର ସହ ସ୍ବଚ୍ଛତାର ଅନେକ ଯୋଜନା ବିଷୟରେ ଭୁବନେଶ୍ବର ମେୟର, କମିଶନର ଓ ଡେପୁଟି କମିଶନର ସମସ୍ତ ଲୋକଙ୍କୁ ବୁଝାଇଥିଲେ । ବୈଠକରେ ସମସ୍ତେ ବିଏମସିର ଅଳିଆ ପୃଥକୀକରଣ ନିୟମକୁ ମାନିବାକୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଉଭୟ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଏନେଇ ବୈଠକ ପରେ ମେୟର ସୁଲୋଚନା ଦାସ କହିଛନ୍ତି, "ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କୁ ସ୍ବଚ୍ଛତା ନେଇ ସଚେତନ କରାଯିବ । ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ନିଜ ଘରୁ ହିଁ ଉଦ୍ୟମ ଆରମ୍ଭ କରନ୍ତୁ । ଏହା ଏକ ଦୈନଦିନ କାର୍ଯ୍ୟକ୍ରମ ଭାବରେ ବିଏମସି ସହ ଯୋଡି ହୋଇଥିବା ବେଳେ ଆଗକୁ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details