ଭୁବନେଶ୍ବର:BMCରନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ପରିଷଦର ୧୦୦ଦିନ ପୂର୍ତ୍ତି ହୋଇଛି । ଏହି ଅବସରରେ BMC ପକ୍ଷରୁ ଆରମ୍ଭ ହୋଇଛି ନୂତନ ଅଭିଯାନ । ଲୋକଙ୍କ ନିକଟତର ହେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଅଭଯାନ । ଆଲୋଚନା ଜରିଆରେ ସିଧାସଳଖ ଲୋକଙ୍କଠାରୁ ସେମାନଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିଙ୍କ ଦକ୍ଷତା ସମ୍ପର୍କରେ ବୁଝୁଛନ୍ତି ମେୟର ଓ କମିଶନର ।
ଆଜି ପ୍ରଥମ ଦିନରେ ୫୫ନମ୍ବର ଓ୍ବାର୍ଡର ଲୋକଙ୍କୁ ନେଇ ହୋଇଥିଲା ସ୍ବତନ୍ତ୍ର ଆଲୋଚନା ଚକ୍ର । ଯେଉଁଥିରେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ସ୍ଥାନୀୟ ସମସ୍ୟାର କେତେ ସମାଧାନ ହୋଇଛି ଓ ଲୋକଙ୍କ ଦାବି ଶୁଣିଛନ୍ତି BMC କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଓ୍ବାର୍ଡଓ୍ବାରୀ ଆଳୋଚନା ପର୍ଯ୍ୟାୟ କ୍ରମେ ସବୁ ଓ୍ବାର୍ଡର ଲୋକଙ୍କ ସହ କରାଯିବ ।