ଓଡିଶା

odisha

ETV Bharat / city

BMC ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଶେଷ - BMC ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଶେଷ

ମେ ୪ ତାରିଖ ଦିନ ଗଠିତ ହୋଇଥିଲା BMCର ବିଭିନ୍ନ ଷ୍ଟାଣ୍ଡିଂ କମିଟି । ଏହାପରେ ଆଜି BMCର ଗୁରୁତ୍ବପୂର୍ଣ୍ଣ ବୈଠକ ସହିତ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ । ଅଧିକ ପଢ଼ନ୍ତୁ

BMC ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଶେଷ
BMC ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଶେଷ

By

Published : May 23, 2022, 9:11 PM IST

ଭୁବନେଶ୍ବର:ଶେଷ ହୋଇଛି ପୌର ନିର୍ବାଚନର ଅନ୍ତିମ ପ୍ରକ୍ରିୟା । ମେ ୪ ତାରିଖ ଦିନ ଗଠିତ ହୋଇଥିଲା BMCର ବିଭିନ୍ନ ଷ୍ଟାଣ୍ଡିଂ କମିଟି । ଏହାପରେ ଆଜି BMCର ଗୁରୁତ୍ବପୂର୍ଣ୍ଣ ବୈଠକ ସହିତ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ । BMC ମେୟର ଗୋଟିଏ କମିଟିର ଅଧ୍ୟକ୍ଷ ଥିବାବେଳେ ଅବଶିଷ୍ଟ ୯ଟି କମିଟିର ଅଧ୍ୟକ୍ଷ ପାଇଁ ହୋଇଥିଲା ନିର୍ବାଚନ ।

BMC ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଶେଷ

ସମସ୍ତ ପଦବୀରେ ବିଜେଡିର କର୍ପୋରେଟର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଥିରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବକୁ ପ୍ରାଥମିକତା ଦିଆଯାଇଛି । ନିଜନିଜ କମିଟିର ସଦସ୍ୟଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ ଅଧ୍ୟକ୍ଷ । BMCରେ ମୋଟ ୧୦ଟି କମିଟି ଥିବା ବେଳେ ନିଜେ ମେୟର କଣ୍ଟ୍ରାକ୍ଟ କମିଟିର ଅଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି । ମୋଟ ୧୦ଟି କମିଟିର ଅଧ୍ୟକ୍ଷଙ୍କ ମଧ୍ୟରୁ ମେୟରଙ୍କ ସମେତ ୪ଜଣ ମହିଳା ଅଛନ୍ତି । ସମସ୍ତେ ଏକ ଟିମ୍ ହୋଇ ବିକାଶ କାର୍ଯ୍ୟକୁ ଆଗକୁ ନେବେ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

ସେପଟେ ଏହି ନିର୍ବାଚନରେ ସ୍ବଚ୍ଛତା ନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷା ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ପାଇଁ ଆଶାୟୀ ଥିବା ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର । ତେବେ ଅର୍ଥ, ପବ୍ଲିକ୍ ହେଲଥ, ଜଳ ଯୋଗାଣ, ପରିବେଶ, ପବ୍ଲିକ୍ ଓ୍ବାର୍କ୍‌ସ୍‌, ଯୋଜନା ଓ ଉନ୍ନୟନ, ଶିକ୍ଷା, ଲାଇସେନ୍ସ, ଅଭିଯୋଗ ଶୁଣାଣି ସହିତ ସ୍ଲମ୍ ସେଟେଲମେଣ୍ଟ ଭଳି ବିଭିନ୍ନ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗକୁ ନେଇ ଗଠନ କରାଯାଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟି । BMCର ସମସ୍ତ ୬୭ଜଣ କର୍ପୋରେଟରଙ୍କୁ ବିଭିନ୍ନ କମିଟିରେ ସାମିଲ କରାଯାଇଛି । ଆଗକୁ ମୌସୁମୀ ଥିବାରୁ ପରିମଳ ବ୍ୟବସ୍ଥା ଓ ଜଳବନ୍ଦୀ ଭଳି ସମସ୍ୟାର କିଭଳି ସୁଧାର କରାଯିବ ତାହାକୁ ଗୁରୁତ୍ବ ଦିଆଯିବ ।

ସେହିଭଳି ବିକାଶର ଧାରାକୁ ଜାରି ରଖି କିଭଳି ଅଧିକ ପରିମାଣର ରାଜସ୍ବ ଆଦାୟ ହୋଇପାରିବ ଓ ବିକାଶ କାର୍ଯ୍ୟକୁ ଆଗକୁ ନିଆଯାଇ ପାରିବ ସେନେଇ ସମସ୍ତେ ଧ୍ୟାନ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ । ନବ ନିର୍ବାଚିତ କମିଟି ଅଧ୍ୟକ୍ଷଙ୍କ ମଧ୍ୟରୁ ୧ନମ୍ବର ଓ୍ବାର୍ଡ କର୍ପୋରେଟର ମିହିର କୁମାର ରାଉତ ସମ୍ପୂର୍ଣ୍ଣ ନବାଗତ । ଅବଶିଷ୍ଟ ୮ଜଣ BMCର ପୁରୁଣା ତଥା ଅଭିଜ୍ଞ କର୍ପୋରେଟର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details