ଓଡିଶା

odisha

ETV Bharat / city

ଦୁର୍ନୀତି ବିରୋଧରେ ଶପଥ ନେଲେ ବିଏମସି କର୍ମଚାରୀ - bmc staffs taken oath

ତୃଣମୂଳ ସ୍ତରରେ ଦୁର୍ନୀତିର ମୂଳପୋଛ କରିବାକୁ ଶପଥ ନେଇଛନ୍ତି ବିଏମସି କର୍ମଚାରୀ।

ଦୁର୍ନୀତି ବିରୋଧରେ ଶପଥପାଠ

By

Published : Nov 1, 2019, 10:23 AM IST

ଭୁବନେଶ୍ବର: ବିଏମସି ଅଫିସରେ ଭିଜିଲାନ୍ସ ସପ୍ତାହ ପାଳନ। ତୃଣମୂଳ ସ୍ତରରେ ଦୁର୍ନୀତିର ମୂଳପୋଛ କରିବାକୁ ଶପଥ ନେଇଛନ୍ତି ବିଏମସି କର୍ମଚାରୀ। ଗୁରୁବାର ଭୁବନେଶ୍ବର ମହାନଗର ନିଗମରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି।

ଦୁର୍ନୀତିକୁ ପ୍ରଶନ ନଦେବାକୁ ବିଏମସି ପଦାଧିକାରୀ ଓ କର୍ମଚାରୀଙ୍କୁ ବିଏମସି ମୁଖ୍ୟ ଅଧିକାରୀ ବିତ ଲାବନ୍ୟ ଶବର ଶପଥପାଠ କରାଇଥିଲେ। ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏହି ଶପଥପାଠ କରାଯାଇଛି।

ବିଏମସି କର୍ମଚାରୀଙ୍କ ଶପଥପାଠ

ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଉନ୍ନତିର ପଥକୁ ଅବରୋଧ କରେ। ଆମକୁ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ 'ମୋ ସରକାର' କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଦା କରି ପ୍ରଶାସନିକ କଳରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details