ଓଡିଶା

odisha

ETV Bharat / city

ଖୁବଶୀଘ୍ର ସ୍ମାର୍ଟସିଟିରେ ବର୍ଷା ଜଳ ହାର୍ଭେଷ୍ଟିଂ ବାଧ୍ୟତାମୂଳକ - ଅଣ୍ଟା ଭିଡିଲା ବିଏମସି

ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଏବଂ ବର୍ଷାଜଳର ସୁପରିଚାଳନା ପାଇଁ ଅଣ୍ଟାଭିଡିଛନ୍ତି ବିଏମସି ଓ ବିଡିଏ। ଖୁବଶିଘ୍ର କାର୍ଯ୍ୟକାରୀ ହେବ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ। ଅଧିକ ପଢନ୍ତୁ...

_WATER PROJECT
ଖୁବଶୀଘ୍ର ସ୍ମାର୍ଟସିଟିରେ ବର୍ଷା ଜଳ ହାରଭେଷ୍ଟିଂ ବାଧ୍ୟତାମୂଳକ

By

Published : Jan 3, 2020, 10:14 PM IST


ଭୁବନେଶ୍ବର: ଖୁବଶିଘ୍ର ଜଳବନ୍ଦୀ ସମସ୍ୟାରୁ ତ୍ରାହି ପାଇବେ ରାଜଧାନୀ ବାସିନ୍ଦା। ଭୁବନେଶ୍ବରବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ପାଇଁ ଅଣ୍ଟା ଭିଡିଛି ବିଏମସି। ଯେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଛି ସେଠାରେ ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ରେନ ୱାଟର ହାର୍ଭେଷ୍ଟିଂ ପ୍ରକଳ୍ପ।

ଏପରିକି ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଭୁବନେଶ୍ବର ସମସ୍ତ ସରକାରୀ ଓ ବେସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ବାଧ୍ୟତାମୂଳକ ହେବ। ଏହି ନିୟମକୁ କଡାକଡି ପାଳନ କରାଯିବ । ସାଧାରଣତଃ ଅସରାୟ ବର୍ଷାରେ ବେହାଲ ହୋଇପଟେ ସ୍ମାର୍ଟସିଟି । ଭୁବନେଶ୍ବରରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ନେଇ ଉଭୟ ବିଏମସି ଓ ବିଡିଏ ଗୁରୁତ୍ବ ଦେଇଛନ୍ତି।

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମାଟିର ସ୍ତର ସମାନ ନଥିବାରୁ ସେଠାରେ ଡ୍ରେନେଜ ସମସ୍ୟା ଉପୁଜେ, ତେଣୁ ସେହି ସ୍ଥାନ ଗୁଡିକରେ ବର୍ଷା ଜଳ ନିଷ୍କାସନ କରିବା ପାଇଁ ରେନ ୱାଟର ହାର୍ଭେଷ୍ଟିଂ ପ୍ରକଳ୍ପ କରାଯିବ। ପର୍ଯ୍ୟାୟକ୍ରମେ ଏହାକୁ ନିର୍ମାଣ କରାଯିବ। ଆଗକୁ ଦିଆଯାଉଥିବା ବିଲ୍ଡିଂ ପ୍ଲାନରେ ବର୍ଷା ଜଳ ସଂରକ୍ଷଣ ବାଧ୍ୟତାମୂଳକ କରାଯିବ। ଚିହ୍ନଟ ସ୍ଥାନରେ ତଳୁ ୩ଟି ଚାମ୍ବର ନିର୍ମାଣ କରାଯିବ,ପ୍ରଥମ ଚାମ୍ବର ପାଣି ଫିଲଟର କରିବ,ଦ୍ବିତୀୟ ଚାମ୍ବର ଜଳ ସଂଗ୍ରହ କରିବ ଏବଂ ତୃତୀୟ ଚାମ୍ବର ଗଭୀର ବୋରୱେଲ ମାଧ୍ୟମରେ ଜଳକୁ ମାଟି ଭିତରକୁ ରିଚାର୍ଜ କରାଯିବ।

ଏହାଦ୍ବାରା ଇସ୍କନ ମନ୍ଦିର, ଜୟଦେବ ବିହାର ଛକ, ପଟିଆ, ନୟାପଲ୍ଲୀରେ ସୃଷ୍ଟି ହେଉଥିବା କୁତ୍ରିମ ବନ୍ୟା ପରିସ୍ଥିତି ସମସ୍ୟା ଆଉ ରହିବ ନାହିଁ । ଏନେଇ ଭୁବନେଶ୍ବର ମହାନଗର ନିଗମ ଏବଂ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ସେ ସରକାରୀ କୋଠା ହେଉ ବା ନିଜସ୍ବ ଗୃହ ଏଣିକି ପ୍ରତ୍ୟକ କୋଠା ମାଲିକଙ୍କୁ ବର୍ଷା ଜଳ ହାର୍ଭେଷ୍ଟିଂ ପ୍ରୋଜେକ୍ଟ କରିବାକୁ ବାଧ୍ୟତାମୂଳକ କରାଯିବ । ଭୁବନେଶ୍ବର ପ୍ରଶାସନ ପକ୍ଷରୁ ୬ ମାସ ସମୟ ଦିଆଯାଇଛି । ଯେଉଁମାନେ ନିଜସ୍ବ ଖର୍ଚ୍ଚରେ କରିବେ ସେମାନଙ୍କୁ ସବସିଡି ମଧ୍ୟ ପ୍ରଦାନ କରାଯିବ । ଏନେଇ ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ସ୍ମାର୍ଟସିଟିରେ ବର୍ଷା ଜଳ ହାରଭେଷ୍ଟିଂ ବାଧ୍ୟତାମୂଳକ


ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରେ ଜଳବନ୍ଦୀ ସମସ୍ୟାକୁ ସମାଧାନ ଲାଗି ଭୁବନେଶ୍ବର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କରାଯିବ । ପ୍ରଥମତଃ ଏହାକୁ ୩୧ ଟି ସ୍ଥାନରେ ପାଇଲଟ ପ୍ରୋଜେକ୍ଟ ଆଧାରରେ ଆରମ୍ଭ କରାଯିବ । ଆଗକୁ ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନରେ ନିର୍ମାଣ କରାଯିବ। ବିଶେଷକରି ସରକାରୀ ଏବଂ ସମସ୍ତ ବେସରକାରୀ କୋଠାରେ ଏହି ପ୍ରୋଜେକ୍ଟ ରୂପାୟନ କରାଯିବ। ନିଜସ୍ବ କ୍ୟାମ୍ପସର ପାଣିକୁ ମାଟି ତଳକୁ ଛଡାଯିବ। ୩୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଘର, କୋଠାରେ ବର୍ଷା ଜଳ ସଂରକ୍ଷଣ ବାଧ୍ୟତାମୂଳକ। ଯେଉଁମାନେ ଏହି ନିୟମ ନମାନିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ।

ବିଏମସି ଓ ବିଡିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜୟଦେବ ବିହାରରେ ଗୋଟିଏ ପ୍ରକଳ୍ପ, ୱାର୍ଡ ନଂ ୧୬ ଘନଶ୍ୟାମ ଆପାର୍ଟମେଣ୍ଟରେ ୨ଟି, ଜିଜିପି କଲୋନୀରେ ୩ଟି ,ୱାର୍ଡ ନଂ ୩୨ ବୈରାଗୀ ନଗରରେ ୧ ,ୱାର୍ଡ ନଂ ୫୯ ଶ୍ରୀରାମ ନଗରରେ ୧୦ଟି,ଗୌରୀ ନଗରରେ ୩ ଟି ,ୱାର୍ଡ ନଂ ୫୦ ପାଇକ ନଗରରେ ୧,ୱାର୍ଡ ନଂ ୩୨ ଜଗନ୍ନାଥ ନଗରରେ ୧,ୱାର୍ଡ ୫୯ ଶରଧା ମଠରେ ୧, ଭୀମଟାଙ୍ଗି ଅଞ୍ଚଳରେ ୩ଟି,ୱାର୍ଡ ନଂ ୨୫ ଗାଷ୍ଟ୍ରୋକ୍ୟାର ଛକରେ ୧,ୱାର୍ଡ ନଂ ୫୮ ବ୍ରହ୍ମେଶ୍ବର ବାଗରେ ୩ଟି ଏବଂ ପାଣ୍ଡବ ନଗର ଅଞ୍ଚଳରେ ୩ଟି, ୩୨ ସ୍ଥାନରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ବର୍ଷା ଜଳ ରିଚାର୍ଜ ପ୍ରୋଜେକ୍ଟ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details