ଭୁବନେଶ୍ବର:ରାଜଧାନୀର ଫୁଟପାଥରେ ରହିବେନି ନିରାଶ୍ରୟ । ରାସ୍ତାଘାଟରେ ଶୋଇବେନି ଅସହାୟ । ସୂର୍ଯ୍ୟଙ୍କ ଟାଣ ଖାର ଆଉ ହାଡଭଙ୍ଗା ଶୀତ ମାଡରୁ ଏମାନଙ୍କ ଜୀବନକୁ ସୁରକ୍ଷା ଦେବ ସ୍ମାର୍ଟ ସିଟି ବିଏମସିର ସ୍ମାର୍ଟ ବ୍ୟବସ୍ଥା । ବାସହୀନକୁ ଆଶ୍ରୟସ୍ଥଳୀ ଦେବାକୁ ଆହୁରି ବ୍ୟବସ୍ଥିତ ହେଇଛି ବିଏମସି । ଇକ୍ୟୁଟି ସେଣ୍ଟରର ଶଯ୍ୟା ସଂଖ୍ୟାକୁ 50ରୁ 100କୁ ବୃଦ୍ଧି କରାଯାଇଛି । ଆଶ୍ରୟସ୍ଥଳୀଗୁଡିକରେ ଖାଦ୍ୟପାନୀୟ ସୁବିଧା ସହ ବେଡ ଓ ଚାଦରର ମଧ୍ୟ ଯୋଗାଇ ଦିଆଯାଉଛି । ଗୌଡା ବେହେରା ନାମକ ଜଣେ ବ୍ୟକ୍ତି ଆଶ୍ରୟସ୍ଥଳକୁ ଆସିବାର ଦିନ କେଇଟା ହେଇଥିବାବେଳେ ରାତିରେ ମୁଣ୍ଡ ଗୁଞ୍ଜିବାକୁ ଛାତ, ଖାଲି ପେଟକୁ ଦି-ଗୁଣ୍ଡା ଖାଇବାକୁ ମିଳୁଥିବାରୁ ସେ ଏହାକୁ ଆଦରି ନେଇଛନ୍ତି । କେବଳ ଏ ଜଣେ ନୁହଁନ୍ତି, ଅନେକ ଠିକଣାହାରିଙ୍କ ସାହା ପାଲଟିଛି ବିଏମସି ।
ଖୋଲା ଆକାଶ ନୁହେଁ, ଏଣିକି ଛାତ ତଳେ ଶୋଇବେ ବାସହୀନ - ଭୁବନେଶ୍ବର ବିଏମସି
ବିଏମସିର ସ୍ମାର୍ଟ ବ୍ୟବସ୍ଥା । ରାଜଧାନୀର ଫୁଟପାତରୁ ନିରାଶ୍ରୟଙ୍କୁ ଉଠାଇ ସେଲଟ ହୋମରେ ଦେଉଛି ଆଶ୍ରୟ । ଫଳରେ ଏବେ ଠିକଣାହରାଙ୍କ ନୂଆ ସାହାର ପାଲଟିିଛି ବିଏମସି । ଅଧିକ ପଢନ୍ତୁ...
ଖୋଲା ଆକାଶ ନୁହେଁ, ଏଣିକି ଛାତ ତଳେ ଶୋଇବେ ବାସହୀନ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ