ଓଡିଶା

odisha

By

Published : Oct 16, 2019, 11:24 PM IST

ETV Bharat / city

ବଡ ବ୍ୟବସାୟିକ ସଂସ୍ଥାକୁ ବିଏମସିର ନୋଟିସ୍, ଫାଙ୍କିଛନ୍ତି ହୋଲ୍ଡିଂ ଟ୍ୟାକ୍ସ

ବେଆଇନ ପାର୍କିଂ ଓ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ ଉତ୍ତରମଣ୍ଡଳ ଅଧୀନରେ ପାହାଳସ୍ଥିତ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍କଳ ହ୍ୟୁଣ୍ଡାଇକୁ ନୋଟିସ ଜାରି କରାଯାଇଛି ।

ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ ବିଏମସିର ନୋଟିସ୍

ଭୁବନେଶ୍ବର: ସାବଧାନ ! ସ୍ମାର୍ଟସିଟି ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ନିୟମିତ ଭରୁଛନ୍ତି ତ, ନହେଲେ ଯିବାକୁ ପଡିବ ଜେଲ୍। ଏନେଇ ବୁଧବାର ରାଜଧାନୀ ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ 3ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ବିଏମସିର ଉତ୍ତରମଣ୍ଡଳ କାର୍ଯ୍ୟାଳୟ।

ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ ବିଏମସିର ନୋଟିସ୍


ବେଆଇନ ପାର୍କିଂ ଓ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ତନାଘନା ଲାଗିରହିଛି। ଭୁବନେଶ୍ବର ମହାନଗରନିଗମ ଉତ୍ତର ମଣ୍ଡଳ ଅଧୀନରେ ପାହାଳସ୍ଥିତ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍କଳ ହ୍ୟୁଣ୍ଡାଇକୁ ନୋଟିସ ଜାରି କରିଛି।

ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ ବିଏମସିର ନୋଟିସ୍

ତେବେ ଏହି ସଂସ୍ଥା ଦୀର୍ଘଦିନ ଧରି ବିକ୍ରି କରୁଥିବା ଗାଡି ଗୁଡିକ ରାସ୍ତା ଉପରେ ରଖୁଥିଲେ। ଏନେଇ ବାରମ୍ବାର ମୌଖିକ ତାଗିଦ ସତ୍ତ୍ବେ ଜାତୀୟ ରାଜପଥର ଗମନାଗମନରେ ବାଧାପ୍ରାପ୍ତ ହେଉଥିଲା । ଯାହାକୁ ନେଇ ପାହାଳ ସ୍ଥିତ ଉତ୍କଳ ହ୍ୟୁଣ୍ଡାଇକୁ ଗାଡିକୁ ନିଜ ହତା ଭିତରକୁ ନେବା ସହିତ ତିନି ମାସ ଧରି 70 ଫୁଟରେ 200 ଫୁଟର ରାସ୍ତାକଡରେ ବେଆଇନ ପାର୍କିଂ ନେଇ 1,83,600ଟଙ୍କାର ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ନୋଟିସ ପାଇବାର 7 ଦିନ ମଧ୍ୟରେ ଜୋରିମାନା ପଇଠ ନକଲେ ଓଡିଶା ମୁନିସିପାଲ ଆଇନ 2013 ଅନୁଯାୟୀ ପଦକ୍ଷେପ ନେବାକୁ ବିଏମସି କତ୍ତୃପକ୍ଷ କହିଛନ୍ତି।


ଅନ୍ୟପଟେ ଓର୍ଜିତା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ, ପଞ୍ଚମ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ, ପାହଳସ୍ଥିତ ସିମ୍ଫୋନୀ ମଲକୁ ମଧ୍ୟ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଏବଂ ବେଆଇନ ବ୍ୟବସାୟ ଚଲାଉଥିବା ନେଇ ନୋଟିସ ଜାରି କରାଯାଇଛି।

ଏହାଛଡା ଅନେକ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନକୁ ବିନା ଟ୍ରେଡ଼ ଲାଇସେନ୍ସ, ହୋଲଡିଂ ଟ୍ୟାକ୍ସ ନଭରିବା, ବିନା ଅନୁମତିରେ ବିଜ୍ଞାପନ ବୋର୍ଡ ମାରିବା ଏବଂ ରାସ୍ତା କଡରେ ବେଆଇନ ପାର୍କିଂ କରିବା ନେଇ ମଧ୍ୟ ତାଗିଦ କରାଯାଇଛି।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details