ଓଡିଶା

odisha

ETV Bharat / city

ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ରେଡ୍‌ ନୋଟିସ - ବଡ ଖିଲାପକାରୀଙ୍କୁ ରେଡ୍‌ ନୋଟିସ

ବଡ ଖିଲାପକାରୀଙ୍କୁ ରେଡ୍‌ ନୋଟିସ । 364 ଜଣ ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ନୋଟିସ ଦେଲା ବିଏମସି । ଅଧିକ ପଢନ୍ତୁ...

bmc serve red notice
ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ରେଡ୍‌ ନୋଟିସ

By

Published : Feb 13, 2020, 10:53 PM IST

ଭୁବନେଶ୍ବର: ବଡ ଖିଲାପକାରୀଙ୍କୁ ରେଡ୍‌ ନୋଟିସ । 364 ଜଣ ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ନୋଟିସ ଦେଲା ବିଏମସି।

ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ରେଡ୍‌ ନୋଟିସ

ରାଜଧାନୀ ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ନାଲି ଆଖି । ଗୁରୁବାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ହୋଲଡିଂ ଟ୍ୟାକ୍ସ ବଡ ଖିଲାପକାରୀଙ୍କୁ ବିଏମସି ପକ୍ଷରୁ ରେଡ୍‌ ନୋଟିସ ଜାରି କରାଯାଇଛି। ଦୀର୍ଘଦିନ ଧରି ଯେଉଁମାନେ 10ହଜାରରୁ ଊର୍ଦ୍ଧ୍ବ ହୋଲଡିଂ ଟ୍ୟାକ୍ସ ପୈଠ କରିନାହାନ୍ତି ସେମାନଙ୍କ ବିରୋଧରେ ବିଏମସି ଏପରି କଠୋର ପଦକ୍ଷେପ ନେଇଛି।

ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ରେଡ୍‌ ନୋଟିସ

ପ୍ରାୟ 11 କୋଟି ଟଙ୍କା ହୋଲଡିଂ ଟ୍ୟାକ୍ସ ବାକି ପଡିଛି । ତେଣୁ ସମସ୍ତ ଟ୍ୟାକ୍ସ ଖିଲାପକାରୀଙ୍କୁ ଫେବୃଆରୀ 28 ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ଯଦି ସେମାନେ 28 ସୁଦ୍ଧା ଟ୍ୟାକ୍ସ ପୈଠ ନକରନ୍ତି, ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ 1962 ଅନୁଯାୟୀ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ କରାଯିବ ବୋଲି ଭୁବନେଶ୍ବର ମହାନଗର ନିଗମର ଟିକସ ଦାୟିତ୍ବରେ ଥିବା ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।

ସେପଟେ ବିଏମସି ପକ୍ଷରୁ ଟିଜି ଏବଂ 20 ଟି ୱାର୍ଡରେ ଏସଏଚଜି ମହିଳାମାନେ ମଧ୍ୟ ବକେୟା ଥିବା ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପ୍ରାୟ 4ରୁ 5 ଦିନରେ 12 ଲକ୍ଷରୁ ଊର୍ଦ୍ଧ୍ବ ବକେୟା ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଇଛି। ତେବେ ଚଳିତ ବର୍ଷ ବିଏମସି ହୋଲଡିଂ ଟ୍ୟାକ୍ସ ଟାର୍ଗେଟ 60 କୋଟି ଟଙ୍କା ଥିବାବେଳେ ଏବେ ସୁଦ୍ଧା ପ୍ରାୟ 20କୋଟି ଟଙ୍କା ଆଦାୟ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details