ଭୁବନେଶ୍ବର:ସିଲ ହେଲା ଆରସିଏମ କନଭେନସନ୍ ସେଣ୍ଟର । କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ ହୋଇଛି ।
ଚାଲିଥିଲା ଫ୍ରେସର ପାର୍ଟି, ଆରସିଏମ କଲେଜର କନଭେନସନ୍ ସେଣ୍ଟର ସିଲ କଲା BMC - BMC seals RCM college
କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ଅଭିଯୋଗରେ ସିଲ ହୋଇଛି ଆରସିଏମ କଲେଜର କନଭେନସନ୍ ସେଣ୍ଟର। ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇନ ଉଲ୍ଲଘଂନ ଯୋଗୁଁ ଆରସିଏମ କଲେଜର କନଭେନସନ୍ ସେଣ୍ଟରକୁ ସିଲ କରିଛି ବିଏମସି । କଲେଜରେ ଫ୍ରେସର ପାର୍ଟି ଏବଂ ଭୋଜି ଚାଲିଥିବା ବେଳେ ବିଏମସି କର୍ତ୍ତୃପକ୍ଷ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହାପରେ ଆରସିଏମ କଲେଜରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି । ଅନ୍ୟପକ୍ଷେ ପାର୍ଟି ନେଇ ଆରସିଏମ କଲେଜ କର୍ତ୍ତୃପକ୍ଷ ବିଏମସିଠୁ ଅନୁମତି ଆଣିଥିବା କହିଛନ୍ତି । କିନ୍ତୁ ବିଏମସି ଜୋରଜବରଦସ୍ତ ଆସି ବନ୍ଦ କରିଥିବା କଥା ମଧ୍ୟ କଲେଜ କର୍ତ୍ତୃପକ୍ଷ କହିଛନ୍ତି ।
ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ମଲ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ