ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଚେକ ଦେବା ପାଇଁ BMC ପକ୍ଷରୁ ଭୁବନେଶ୍ବରରେ ଚଢ଼ାଉକୁ ଜୋରଦାର କରାଯାଉଛି। ବିବାହ ଋତୁ ଚାଲିଥିବାରୁ ଭୁବନେଶ୍ବରରେ ଅନେକ ହୋଟେଲ ଓ ବିବାହ ମଣ୍ଡପରେ ବିନା ଅନୁମତିରେ ବିବାହ ହେଉଛି ବୋଲି ଅଭିଯୋଗ ଆଣିଛି BMC।
ଚାଲିଥିଲା ବାହାଘର, ଚଢ଼ାଉ କଲା BMC
ହୋଟେଲ ଓ ବିବାହ ମଣ୍ଡପ ଉପରେ ଚଢ଼ାଉ କଲା BMC । କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ହୋଟେଲ ଓ ବିବାହ ମଣ୍ଡପକୁ କଲା ସିଲ୍ । ଅଧିକ ପଢ଼ନ୍ତୁ...
ଚାଲିଥିଲା ବାହାଘର, ଚଢ଼ାଉ କଲା BMC
ବୁଧବାର ଭୁବନେଶ୍ବର ମହାନଗର ନିଗମ ନର୍ଥ ଜୋନରେ ବିଭିନ୍ନ ହୋଟେଲ ଓ ବିବାହ ମଣ୍ଡପ ଉପରେ ଚଢ଼ାଉ କରିଛି BMC Enforcement ଟିମ। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ହୋଟେଲ ଓ ବିବାହ ମଣ୍ଡପକୁ ସିଲ୍ କରିଛି ବିଏମସି । ୫୫ ହଜାର ଟଙ୍କା ଫାଇନ ଆଦାୟ କରାଯିବା ସହ କିଛି ମଣ୍ଡପ ଓ ହୋଟେଲକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ