ଭୁବନେଶ୍ବର: ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଥିବା ହୋଟେଲ ଗ୍ରୀନ ଚିଲିକୁ ସିଲ୍ କରିଛି ବିଏମ୍ସି । ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ଚଢାଉ କରି ୭ ଦିନ ପାଇଁ ହୋଟେଲକୁ ସିଲ୍ କରିଛି । ଏହାସହ ବିଏମ୍ସି ପକ୍ଷରୁ ମଧ୍ୟ ଫାଇନ ଆଦାୟ ହୋଇଛି ।
BMCର ଚଢାଉ, ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ୭ ଦିନ ପାଇଁ ସିଲ ହେଲା ହୋଟେଲ - ୭ ଦିନ ପାଇଁ ଗ୍ରୀନ ଚିଲି ଦୋକାନ ବନ୍ଦ କଲା BMC
ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ୭ ଦିନ ପାଇଁ ସିଲ୍ କରିଛି ବିଏମ୍ସି । ଅଧିକ ପଢନ୍ତୁ

BMCର ଚଢାଉ, ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ୭ ଦିନ ପାଇଁ ସିଲ ହେଲା ହୋଟେଲ
ଆଜି(ବୁଧବାର) ବିଏମସିର ଏକ ତଦନ୍ତକାରୀ ଟିମ୍ ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଗ୍ରୀନ ଚିଲିରେ ଡଷ୍ଟବିନ ନଥିବାରୁ କାଗଜ ଓ ଅନ୍ୟ ଜିନିଷ ଗୁଡ଼ିକ ବାହାରେ ପଡ଼ିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏଥିପାଇଁ ଦୋକାନ ପାଖରେ ଡଷ୍ଟବିନ୍ ତିଆରି କରିବା ପାଇଁ ବିମିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଖାଦ୍ୟ ପ୍ରସ୍ତୁତ ବେଳେ ସଫାସୁତରା ରଖିବା ସହ ପରିବେଶକୁ ସଫାସୁତୁରା ରଖି ବ୍ୟବସାୟ କରିବାକୁ ବିଏମସି ପକ୍ଷରୁ ତାଗିଦ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର