ଓଡିଶା

odisha

ETV Bharat / city

ଡେଡ ଲାଇନ ଶେଷ; ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ, ଚିନ୍ତାରେ ମାଲିକ - କଲ୍ୟାଣ ମଣ୍ଡପ

ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କଲ୍ୟାଣ ମଣ୍ଡପ ଉପରେ ବିଏମସି ଶନିବାର ଠାରୁ ଆରମ୍ଭ କରିବ କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ ଠୁ ମାଲିକ । କଣ ରହିଛି ଘଟଣା ପଢନ୍ତୁ ସଂପୂର୍ଣ୍ଣ ଖବର...

Bmc seal by kalyan mandap
Bmc seal by kalyan mandap

By

Published : Jan 31, 2020, 11:52 PM IST

Updated : Feb 2, 2020, 11:20 PM IST

ଭୁବନେଶ୍ବର: ପ୍ରଥମେ ନୋଟିସ । ଏବେ କାର୍ଯ୍ୟାନୁଷ୍ଠାନ ଚେତାବନୀ । ବେଆଇନ କଲ୍ୟାଣ ମଣ୍ଡପ ବିରୋଧରେ ବିଏମସି ଖଡଗହସ୍ତ । ଦୁଇ ମାସ ମହଲତ ପରେ ଫେବ୍ରୁଆରୀ ପହିଲାରୁ ପୁରିବାକୁ ଯାଉଛି ବିଏମସିର ବେଆଇନ କଲ୍ୟାଣ ମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନର ନୋଟିସ । ଯେଉଁମାନେ ଦୀର୍ଘଦିନ ଧରି ପାର୍କିଂ ବ୍ୟବସ୍ଥା କରିନଥିବେ, ନୀତିନିୟମ ମାନୁନଥିବା କଲ୍ୟାଣ ମଣ୍ଡପ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମସି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇସାରିଥିଲେ।

ଡେଡ ଲାଇନ ଶେଷ; ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ


ଏବେ କଣ୍ଟ ପୁରୁଥିବାରୁ କଲ୍ୟାଣ ମଣ୍ଡପ ମାଲିକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି। ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଉ ମହଲତ ଦିଆଯିବନି । ଏଣିକି ନିୟମ ବହିର୍ଭୁତ କଲ୍ୟାଣ ମଣ୍ଡପ ପରିଚାଳନା କରୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଏନେଇ ବିଏମସି ସିଧା ଚେତାବନୀ ଶୁଣାଇଦେଇଛି । ତେବେ ବିଏମସିର ଏହି ଆଭିମୁଖ୍ୟକୁ ନେଇ ଏବେ ମଣ୍ଡପ ମାଲିକ ଓ ସାଧାରଣ ଜନତା ଚିନ୍ତାରେ । କାରଣ ଆରମ୍ଭ ହୋଇସାରିଛି ବିବାହ ଋତୁ । ବର୍ତ୍ତମାନ ବିବାହ, ବ୍ରତ ପାଇଁ ରାଜଧାନୀର ସମସ୍ତ ମଣ୍ଡପ ଗୁଡିକ ବୁକିଙ୍ଗ ସରିଛି । ଏପରି ସ୍ଥଳେ ବିଏମସିର କାର୍ଯ୍ୟକୁ ନେଇ ସବୁଠି ଲାଗିରହିଛି ଆଶା ଆଶଙ୍କା । କାହିଁକି ନା ଅନେକ ଗ୍ରାହକ ବାହାଘର ବ୍ରତଘର ପାଇଁ ସବୁ ବ୍ୟବସ୍ଥା କରିସାରିଛନ୍ତି । ଫଳରେ ଗ୍ରାହକଙ୍କ ଠୁ କଲ୍ୟାଣ ମଣ୍ଡପ ମାଲିକ ଚିନ୍ତାରେ ।


ସେପଟେ ବିଏମସି କମିଶନର କହିଛନ୍ତି ସବୁ ବେଆଇନ କଲ୍ୟାଣ ମଣ୍ଡପ ଗୁଡିକୁ ନୋଟିସ ଜାରି କରାଯାଇଛି। ମୁଖ୍ୟତଃ ଦୁଇଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଇଛି, ପାର୍କିଂ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଜାନୁଆରୀ ୩୧ ସୁଦ୍ଧା ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୈଠ କରିବାକୁ କୁହାଯାଇଛି। ଏବେ ସୁଦ୍ଧା ୧୫ ରୁ ୨୦ ଜଣ ଡକୁମେଣ୍ଟ ଦେଇଛନ୍ତି । ବିଏମସି ଦ୍ବାରା ଗଠିତ ସ୍କୃଟିଂନି କମିଟି ସମସ୍ତ ଡକୁମେଣ୍ଟ ତଦାରଖ କରିବେ ଫେବ୍ରୁଆରୀ ପହିଲାରୁ ବିଭିନ୍ନ ପର୍ଯ୍ୟାୟରେ ବେଆଇନ କଲ୍ୟାଣ ମଣ୍ଡପ ସିଲ ହେବ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 2, 2020, 11:20 PM IST

ABOUT THE AUTHOR

...view details