ଭୁବନେଶ୍ବର:ଗୃହ ସଙ୍ଗରୋଧ ପାଇଁ ସ୍ବତନ୍ତ୍ର ସଚେତନତା ବାର୍ତ୍ତା । ରିପୋର୍ଟ କୋଭିଡ୍ ପଜିଟିଭ ଜଣାପଡ଼ିଲେ ହଠାତ୍ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୯୨୯ ଏବଂ ୧୦୪କୁ ଫୋନ୍ କରି ନେଇ ପାରିବେ ନିଜର ଯତ୍ନ ଏବଂ ଅବସ୍ଥା ଅନୁସାରେ ଆବଶ୍ୟକୀୟ ପଦକ୍ଷେପ । ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ (BMC) ପକ୍ଷରୁ ପ୍ରଚାର ଗାଡ଼ିରେ କୋଭିଡ୍ ଜନିତ ଗୃହ ସଙ୍ଗରୋଧ ଏବଂ ଆବଶ୍ୟକୀୟ ଯତ୍ନ ବାବଦରେ ପରାମର୍ଶ ବାର୍ତାର ପ୍ରସାର କରାଯାଇଛି ।
ତେବେ ପଜିଟିଭ ବ୍ୟକ୍ତିଙ୍କ ଲକ୍ଷଣ ନଥିଲେ ବି ଏମାନେ ସଂଗରୋଧରେ ରହି ନିଜ ଯତ୍ନ ନେଇ ପାରିବେ । ସେହିପରି ସଂକ୍ରମିତ ବ୍ୟକ୍ତିଙ୍କ ରହିବା ସ୍ଥାନଟି ବାୟୁ ଚଳାଚଳ ଯୁକ୍ତ ହୋଇଥିବ । ଏଥିସହ ସଂକ୍ରମିତ ଲୋକ ବ୍ୟବହାର କରୁଥିବା ପାଇଖାନା ପୃଥକ୍ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ।