ଭୁବନେଶ୍ବର: ବ୍ୟବସାୟିକ ପେଣ୍ଠସ୍ଥଳ କଟକରେ ଦୀର୍ଘ ଦିନ ହେବ ଅପମିଶ୍ରିତ ଓ ନକଲି ଖାଦ୍ୟ କାରଖାନା ସିଲ ହେବା ପରେ ଭୁବନେଶ୍ବରରେ କଡାକଡି ହୋଇଛି ଖାଦ୍ୟ ସୁରକ୍ଷା । ରାଜଧାନୀରେ ନୀଚ୍ଚମାନର ଖାଦ୍ୟ ବିକ୍ରୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ବିଏମସି । ବିଏମସି ପକ୍ଷରୁ ଅନେକ ସ୍ଥାନରେ ଅତର୍କିତ ଚଢାଉ କରାଯାଇ ବିଭିନ୍ନ ଛୋଟ ବଡ ଠେଲାରୁ ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । ଏଥିସହ ପାଖାପାଖି ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ଜବତ ହୋଇଛି ।
ଅପମିଶ୍ରିତ ଖାଦ୍ୟ ସାମଗ୍ରୀରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ବିଏମସି - ବିଏମସି କମିଶନରଙ୍କ ସୂଚନା
କଟକରେ ଦୀର୍ଘ ଦିନ ହେବ ଅପମିଶ୍ରିତ ଓ ନକଲି ଖାଦ୍ୟ କାରଖାନା ସିଲ ହେବା ପରେ ରାଜଧାନୀରେ କଡାକଡି ହୋଇଛି ଖାଦ୍ୟ ସୁରକ୍ଷା । ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ ଓ ଠେଲା ଦୋକାନୀ ଉପରେ ଚଢାଉ ଜାରି । ଅଧିକ ପଢନ୍ତୁ...
ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ରୋକ ଲାଗାଇବାକୁ ଅଣ୍ଟା ଭିଡିଛି ବିଏମସି
ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ରୋକ ଲାଗାଇବାକୁ ଅଣ୍ଟା ଭିଡିଛି ବିଏମସି
ଖାଦ୍ୟ ନିରାପତ୍ତା ଅଧିକାରୀ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ବୁଲି ବୁଲି ଠେଲା ଦୋକାନୀ ଏବଂ ହୋଟେଲଗୁଡିକରୁ ଖାଦ୍ୟ ନମୁନା ସଂଗ୍ରହ କରୁଛନ୍ତି । ବଡ ବଡ ଖାଦ୍ୟ କରାଖାନା ଓ ଶିଳ୍ପଗୁଡିକ ଉପରେ ଚଢାଉ ଜାରି ରହିଛି । ଭୁବନେଶ୍ବରରେ ଅପମିଶ୍ରିତ ଓ ନକଲି ଖାଦ୍ୟ ସାମଗ୍ରୀ ବିକ୍ରୟ ସମ୍ପର୍କରେ ସୂଚନା ମିଳିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ