ଭୁବନେଶ୍ବର: କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ସାରା ରାଜ୍ୟରେ ବର୍ତ୍ତମାନ କଡାକଡି ହୋଇଛି କଟକଣା । ହେଲେ ରାଜଧାନୀରେ ଅନେକ ସ୍ଥାନରେ ଏହି ନିୟମ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖାଯାଉଛି । ଏମିତିରେ ଶୁକ୍ରବାର ରାଜଧାନୀର 3ଟି ଜୋନରୁ ଜୋରିମାନା ଆଦାୟ କରିଛି ବିଏମସି । ଭୁବନେଶ୍ବର ଉତ୍ତର ଜୋନ, ଦକ୍ଷିଣ-ପୂର୍ବ ଜୋନ ଓ ଦକ୍ଷିଣ-ପଶ୍ଚିମ ଜୋନର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି ।
ନିୟମ ଉଲଙ୍ଘନ ନେଇ ରାଜଧାନୀର 3ଟି ଜୋନରେ ବିଏମସିର ଚଢାଉ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ସାରା ରାଜ୍ୟରେ ବର୍ତ୍ତମାନ କଡାକଡି ହୋଇଛି କଟକଣା । ହେଲେ ରାଜଧାନୀରେ ଅନେକ ସ୍ଥାନରେ ଏହି ନିୟମ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖାଯାଉଛି । ଏମିତିରେ ଶୁକ୍ରବାର ରାଜଧାନୀର 3ଟି ଜୋନରୁ ଜୋରିମାନା ଆଦାୟ କରିଛି ବିଏମସି ।
![ନିୟମ ଉଲଙ୍ଘନ ନେଇ ରାଜଧାନୀର 3ଟି ଜୋନରେ ବିଏମସିର ଚଢାଉ corona situation in bhubaneswar, corona update in bhubaneswar, bmc raid in bhubaneswar, bhubaneswar latest news, corona restriction violation in bhubaneswar, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବରରେ ବିଏମସି ଚଢାଉ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ଭୁବନେଶ୍ବରେ କୋରୋନା କଟକଣା ଅବମାନନା](https://etvbharatimages.akamaized.net/etvbharat/prod-images/768-512-7882394-739-7882394-1593791905435.jpg)
ନିୟମ ଉଲଙ୍ଘନ ନେଇ ରାଜଧାନୀର 3ଟି ଜୋନରେ ବିଏମସିର ଚଢାଉ
ସୂଚନା ଅନୁଯାୟୀ କଳ୍ପନା ଛକ, କଟକ ରୋଡ, ରାଜମହଲ ଭଳି ବିଭିନ୍ନ ସ୍ଥାନରେ ଶୁକ୍ରବାର ବିଏମସି ଓ ପୋଲିସ ମିଳିତ ଚଢାଉ କରିଥିଲେ । ଏହି ସ୍ଥାନ ମାନଙ୍କରେ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଆଦି ନିୟମର କଡାକଡି ପାଳନ ନହେବାରୁ ବିଏମସି ଜୋରିମାନା ଆଦାୟ କରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ