ଓଡିଶା

odisha

ETV Bharat / city

ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି - Cyclone Yash

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭର୍ଚୁଆଲ ମାଧ୍ୟମରେ ଜେଡିସି, ବିଦ୍ୟୁତ, ସାନିଟେସନ, ଡ୍ରେନେଜ୍, ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗ ସହ ଆଲୋଚନା କଲେ ବିଏମସି କମିଶନର । ଅଧିକ ପଢନ୍ତୁ...

ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି
ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି

By

Published : May 22, 2021, 4:20 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବା ସାମୁଦ୍ରିକ ଝଡ 'ୟଶ' ର ମୁକାବିଲା ନେଇ ବିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସମ୍ଭାବ୍ୟ ବାତ୍ୟା 'ୟଶ' ର ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ବିଏମସି ପକ୍ଷରୁ ପ୍ରସ୍ତୁତି ସରିଛି । ଆଜି କମିଶନରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଜେଡିସି, ବିଦ୍ୟୁତ, ସାନିଟାଇଜେସନ, ଡ୍ରେନେଜ୍, ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗ ସହ ଆଲୋଚନା ହୋଇଛି । ପ୍ରସ୍ତୁତି ଆରମ୍ଭ କରିବା ସହ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରାଯାଉଥିବା ନେଇ ବିଏମସି କମିଶନର କହିଛନ୍ତି । ସମ୍ବେଦନଶୀଳ ଡ୍ରେନର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି

ୟଶ' କୁ ନଜରରେ ରଖି ପ୍ରସ୍ତୁତି ଜୋରଦାର କରିବା ସହ ସମ୍ବେଦନଶୀଳ ଡ୍ରେନ ଚିହ୍ନଟ କରି ସ୍ବତନ୍ତ୍ର ଗୁରୁତ୍ଵ ଦିଆଯାଇ ଅଧିକ କର୍ମଚାରୀ ନିୟୋଜିତ କରାଯାଇଛି । ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି । ବିଶେଷ କରି ବାତ୍ୟା ସମୟରେ ଟେଷ୍ଟିଂ, ଟୀକାକରଣ ଓ ହସପିଟାଲ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ ପାଓ୍ବାର ବ୍ୟାକ ଅପ୍ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ରଖାଯିବା ସହ ଅକ୍ସିଜେନ ରିଫିଲିଂ ପାଇଁ ସ୍ବତନ୍ତ୍ର ଗାଡ଼ିର ବନ୍ଦୋବସ୍ତ କରାଯାଇଛି । ଟୀକାକରଣ କେନ୍ଦ୍ର ଓ ଅକ୍ସିଜେନ୍ ସେଣ୍ଟର ସମେତ ଆଇଏଲଏସରେ ମଧ୍ୟ ପାଓ୍ବାର ବ୍ୟାକ ଅପର ବ୍ୟବସ୍ଥା କରାଯାଉଥିବା କମିଶନର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details