ଭୁବନେଶ୍ବର: କୋରୋନା ମୁକାବିଲା ନେଇ ବିଏମସିର ପ୍ରସ୍ତୁତ । ରାଜ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ପରିଷଦରେ କୋରୋନା ପ୍ରସ୍ତୁତି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାପରେ ଭୁବନେଶ୍ବର ସହରରେ କୋରୋନା ପ୍ରସ୍ତୁତି ନେଇ ବିଏମସି ଗୁରୁତ୍ବ ଦେଇଛି । ଭୁବନେଶ୍ବର ସହରରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
କୋରୋନା ମୁକାବିଲା ପାଇଁ ବିଏମସି ବିଭିନ୍ନ ୱାର୍ଡରେ ଜନସାଧାରଣଙ୍କୁ ସାମାଜିକ ଗଣମାଧ୍ୟମ, ଟ୍ବିଟର, ଫେସବୁକ, ହୋର୍ଡିଙ୍ଗ ଜରିଆରେ ସଚେତନତା ବାର୍ତ୍ତା ଦିଆଯିବ । ବିଏମସି କର୍ମଚାରୀମାନଙ୍କ ପାଇଁ ଗ୍ଲୋବସ ଓ ମାସ୍କ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅର୍ଡର ଦିଆଯାଇଛି । ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଥଣ୍ଡା ଜନିତ ଅସୁସ୍ଥତାରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସଚେତନ କରାଯିବ । ଭୁବନେଶ୍ବରରେ ପରିମଳ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି।