ଓଡିଶା

odisha

'ଆଜିଠୁ ସ୍ଲଟ୍ ବୁକିଂ, ସୋମବାରଠୁ ଟୀକାକରଣ'

By

Published : May 1, 2021, 6:01 PM IST

Updated : May 1, 2021, 6:48 PM IST

ଆଜି ସନ୍ଧ୍ୟାରୁ ଖୋଲିବ କୋଓ୍ବିନ ପୋର୍ଟାଲ । ପଞ୍ଜିକରଣ କରି ଟିକା ନେଇପାରିବେ ରାଜଧାନୀ ବାସିନ୍ଦା । ଅଧିକ ପଢନ୍ତୁ...

ପଞ୍ଜିକରଣ ନାହିଁ ତ ଟିକା ନାହିଁ: ବିଏମସି
ପଞ୍ଜିକରଣ ନାହିଁ ତ ଟିକା ନାହିଁ: ବିଏମସି

ଭୁବନେଶ୍ବର: ଆସନ୍ତା ସୋମବାରରୁ ଆରମ୍ଭ ହେବ ଟୀକାକରଣ । ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଅଧିନରେ ଥିବା ସମସ୍ତ 18 ରୁ 44 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ଟୀକାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଲଟ ବୁକିଂ କରିବାକୁ ପଡିବ । ଯେଉଁମାନେ ପଞ୍ଜିକରଣ ନ କରିଥିବେ ସେମାନଙ୍କୁ ଟିକା ଦିଆଯିବ ନାହିଁ ବୋଲି ବିଏମସି କମିଶନ ସ୍ପଷ୍ଟ ଭାବେ କହିଛନ୍ତି । ଆଜି(ଶନିବାର) ସନ୍ଧ୍ୟାରୁ କୋଓ୍ବିନ ପୋର୍ଟାଲ ମାଧ୍ୟମରେ ସ୍ଲଟ ବୁକିଂ ଆରମ୍ଭ ହେବ । ତେବେ 18 ରୁ ଅଧିକ ଏବଂ 45 ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଅଲଗା ଅଲଗା ଟୀକାକରଣ କରାଯିବ ବୋଲି ବିଏମସି କମିଶନ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 1, 2021, 6:48 PM IST

ABOUT THE AUTHOR

...view details