ଓଡିଶା

odisha

ETV Bharat / city

ପାର୍କିଂକୁ ନେଇ ବିଏମସିର ମୁଣ୍ଡବିନ୍ଧା, ନଗର ଉନ୍ନୟନ ବିଭାଗର କଡା ନିର୍ଦ୍ଦେଶ - ନଗର ଉନ୍ନୟନ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ

ଭୁବନେଶ୍ୱରରେ ପାର୍କିଂ ନେଇ ବିଏମସି ଏବଂ ବିଡିଏରେ ତତ୍ପରତା ଦେଖା ଦେଇଛି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସି ଏବଂ ବିଡିଏକୁ ଲେଖାଯାଇଛି ଚିଠି

ଡିଜାଇନ ଫଟୋ

By

Published : Nov 20, 2019, 10:34 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ପ୍ରଥମେ ସପିଙ୍ଗ ମଲ, ବ୍ୟବସାୟିକ ପ୍ରତିଷ୍ଠାନ, ଡାକ୍ତରଖାନା, ବର୍ତ୍ତମାନ କଲ୍ୟାଣମଣ୍ଡପ ,ସଭାଗୃହ ଉପରେ ବିଏମସିର କଡା ନଜର । ଭୁବନେଶ୍ୱରରେ ପାର୍କିଂ ଏବେ ବିଏମସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ନେଇ ବିଏମସି ଏବଂ ବିଡିଏରେ ତତ୍ପରତା ଦେଖା ଦେଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସି ଏବଂ ବିଡିଏକୁ ଲେଖାଯାଇଛି ଚିଠି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

୧୯ ନଭେମ୍ବରରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥେନାନ ଏନେଇ ବିଏମସି କମିଶନର ଏବଂ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା କଲ୍ୟାଣମଣ୍ଡପ, ସଭାଗୃହ ଗୁଡିକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ତୁରନ୍ତ ସ୍କ୍ୱାର୍ଡ ଗଠନ କରାଯାଇ ଦୈନିକ ଯାଞ୍ଚ କରାଯିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।


ଭୁବନେଶ୍ୱରରେ ବଢୁଥିବା ଟ୍ରାଫିକ ସମସ୍ୟା ଏବେ ଚିନ୍ତାର କାରଣ ସ୍ମାର୍ଟସିଟିରେ ଯାତାୟାତକୁ ସୁବ୍ୟବସ୍ଥିତ କରିବା ଲକ୍ଷରେ ଅଣ୍ଟାଭିଡ଼ିଛି ବିଏମସି ପ୍ରଶାସନ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚିଠି ହସ୍ତଗତ ହୋଇଛି । ଚିଠିରେ ମୁଖ୍ୟତଃ ପଟିଆ, ଟଙ୍କପାଣି ରୋଡ୍, ଚନ୍ଦ୍ରଶେଖରପୁର ଭଳି ବ୍ୟସ୍ତବହୁଳ ସ୍ଥାନରେ ପାର୍କିଂକୁ ନେଇ ସଜାଗ ରହିବାକୁ କୁହାଯାଇଛି ।


ରାଜଧାନୀରେ ଥିବା ଘରୋଇ ବିବାହ ମଣ୍ଡପ, କଲ୍ୟାଣମଣ୍ଡପ ଏବଂ ସଭାଗୃହ ଗୁଡିକ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏହାସହିତ ସେମାନଙ୍କ ପାଖରେ ପାର୍କିଂ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନର ଅଭାବ, ଟ୍ରେଡ଼ ଲାଇସେନ୍ସ ନକରିବା ଏବଂ ଟ୍ୟାକ୍ସ ଫାଙ୍କୁଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ତେଣୁ ଏଭଳି ଘରୋଇ ସଂସ୍ଥା ଗୁଡିକୁ ସୂଚନା ଦେଇ ଆଇନ ଅନୁମୋଦିତ ଭାବରେ ନିଜର ବ୍ୟବସାୟ ଚଳାଇବାକୁ ନିର୍ଦ୍ଦେଶ ଦେବେ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details