ଓଡିଶା

odisha

ETV Bharat / city

କଠିନ ବର୍ଜ୍ୟବସ୍ତୁ ଉତ୍ପ୍ରନ୍ନକାରୀ ପାଇଁ କଡା ନିୟମ - ବର୍ଜ୍ୟବସ୍ତୁ ପରିଚାଳନା ତାଲିମ

ଭୁବନେଶ୍ବର ମହାନଗର ନିଗମ ଉତ୍ତର ଜୋନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ୟାଚରେ ୧୨୦ ବହୁଳ ବର୍ଜ୍ୟବସ୍ତୁ ଉତ୍ପନ୍ନକାରୀଙ୍କୁ ତାଲିମ ଦିଆଯାଇଛି ।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ତାଲିମ ଶିବିର

By

Published : Nov 8, 2019, 6:26 AM IST

ଭୁବନେଶ୍ବର: କଠିନ ବର୍ଜ୍ୟବସ୍ତୁ ଉତ୍ପନ୍ନକାରୀଙ୍କ ପାଇଁ ଲାଗୁହେଲା କଡା ନିୟମ । ଏଣିକି ଯେଉଁମାନେ ଦୈନିକ ୧୦୦ କେଜି ବା ଉର୍ଦ୍ଧ୍ବ ବର୍ଜ୍ୟ ଉତ୍ପନ୍ନ କରୁଥିବେ ସେମାନେ ନିଜେ ନିଜର ବର୍ଜ୍ୟ ପରିଚାଳନା କରିବେ ।

ଏନେଇ ଭୁବନେଶ୍ବର ମହାନଗର ନିଗମ ଉତ୍ତର ଜୋନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ୟାଚରେ ୧୨୦ ବହୁଳ ବର୍ଜ୍ୟବସ୍ତୁ ଉତ୍ପନ୍ନକାରୀଙ୍କୁ ତାଲିମ ଦିଆଯାଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପବିଧି ୨୦୧୬ ଅନୁଯାୟୀ, ଯେଉଁମାନେ ଦୈନିକ ୧୦୦ କେଜି ବା ଉର୍ଦ୍ଧ୍ବ ବର୍ଜ୍ୟ ଉତ୍ପନ୍ନ କରୁଥିବେ ସେମାନେ ନିଜେ ନିଜର ବର୍ଜ୍ୟ ପରିଚାଳନା କରିବେ । ସିଏ ହୋଟେଲ ହେଉ ବା ସରକାରୀ ବା ବେସରକାରୀ ଅନୁଷ୍ଠାନ ଅବା ଆବାସିକ ସଂଘ ।

ସେମାନଙ୍କର ବର୍ଜ୍ୟବସ୍ତୁ ପୌର ସଂସ୍ଥା ନେବ ନାହିଁ । ତେବେ ଏହି ତାଲିମ ଶିବିରରେ କିପରି ବର୍ଜ୍ୟବସ୍ତୁ ପରିଚାଳନା କରି ତା ଭିତରୁ କମ୍ପୋଷ୍ଟ ଉତ୍ପାଦନ କରିପାରିବେ ସେ ନେଇ କୁହାଯାଇଛି । ଏହାଦ୍ବାରା ସହରରେ ବର୍ଜ୍ୟବସ୍ତୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ଉପାୟରେ କମ୍ପୋସ୍ଟିଙ୍ଗ, ବାୟୋ ମେଥାନିଯିମ, ବ୍ୟାରେଲ କମ୍ପୋସ୍ଟିଙ୍ଗ, ମେକାନିକାଲ କମ୍ପୋସ୍ଟିଙ୍ଗ ଆଦି ଉପାୟ କୁଯାଇଥିବାବେଳେ ଯଦି କୌଣସି ବ୍ୟକ୍ତି ଏହା ନକରିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।

ତେବେ ବିଏମସି ପକ୍ଷରୁ ମୁଁ ସଫେଇବାଲା କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ । ପ୍ରଥମ ପର୍ଯ୍ୟାୟରେ ବହୁଳ ବର୍ଜ୍ୟ ଉତ୍ପର୍ଣ୍ଣକାରୀଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଆଗକୁ ଏଭଳି କାର୍ଯ୍ୟକ୍ରମ ସାରା ଭୁବନେଶ୍ବରରେ ହେବ। ବହୁଳ ବର୍ଜ୍ୟ ଉତ୍ପନ୍ନକାରୀଙ୍କୁ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ବାରା ଭୁବନେଶ୍ବରରେ ବର୍ଜ୍ୟ ଉତ୍ପର୍ଣ୍ଣକାରୀ ସଂସ୍ଥା ଗୁଡିକ ସଚେତନ ରହିବେ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details