ଓଡିଶା

odisha

ETV Bharat / city

ବିବାହ ସିଜିନରେ 73 ବେଆଇନ କଲ୍ୟାଣ ମଣ୍ଡପକୁ ବିଏମସିର ନୋଟିସ - BMC Notice to illegal Marriage hall

ରାଜଧାନୀରେ ବେଆଇନ ଭାବେ ପରିଚାଳିତ ବିଭିନ୍ନ ଘରୋଇ କଲ୍ୟାଣମଣ୍ଡପ ଉପରେ ଅଙ୍କୁଶ ଲଗାଇବାକୁ ବିଏମସିର ପ୍ରୟାସ । 73ଟି ବେଆଇନ ମଣ୍ଡପକୁ ନୋଟିସ ଜାରି କଲା ବିଏମସି ।

BMC Notice to illegal Marriage hall
ସରକାରୀ ନିୟମ ଧର୍ମକୁ ଆଖି ଠାର:73 ବେଆଇନ ମଣ୍ଡପକୁ ବିଏମସିର ନୋଟିସ

By

Published : Dec 10, 2019, 10:58 PM IST

ଭୁବନେଶ୍ବର: ବେଆଇନ କଲ୍ୟାଣ ମଣ୍ଡପ ଉପରେ ବିଏମସିର ଚଢାଉ । 3 ସପ୍ତାହ ମଧ୍ୟରେ ଦସ୍ତାବିଜ ନଦେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ପୂର୍ବରୁ 73ଟି କଲ୍ୟାଣମଣ୍ଡପକୁ ବିଏମସି ନୋଟିସ କରିଥିବାବେଳେ ଏବେ ଏହି ତାଲିକାରେ ଆଉ 9ଟି ବେଆଇନ କଲ୍ୟାଣମଣ୍ଡପକୁ ଯୋଡିଛି ବିଏମସି ।

ସରକାରୀ ନିୟମ ଧର୍ମକୁ ଆଖି ଠାର:73 ବେଆଇନ ମଣ୍ଡପକୁ ବିଏମସିର ନୋଟିସ

ରାଜଧାନୀରେ ବେଆଇନ ଭାବେ ପରିଚାଳିତ ବିଭିନ୍ନ ଘରୋଇ କଲ୍ୟାଣମଣ୍ଡପ ଉପରେ ଅଙ୍କୁଶ ଲଗେଇବା ପାଇଁ ଗତ ସପ୍ତାହରେ ଉଦ୍ୟମ ଆରମ୍ଭ କରିଥିଲା ବିଏମସି । ଏନେଇ ଟ୍ରେଡ ଲାଇସେନ୍ସ, ପାର୍କିଂ ବ୍ୟବସ୍ଥା ମଣ୍ଡପଗୁଡିକ ପୂର୍ବରୁ ନୋଟିସ କରାଯାଇଥିଲା । ତଥାପି ବିଏମସିର ବିଭିନ୍ନ ନିୟମକୁ ମାନୁନଥିବାରୁ ପୁଣିଥରେ ନୋଟିସ ଜାରି କରାଯାଇଛି । ଆଉ କୌଣସି ମଣ୍ଡପ ବୁକିଂ କରିବା ପୂର୍ବରୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି କମିଶନର । ସେପଟେ ନୋଟିସ ଜାରି ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ, କଲ୍ୟାଣମଣ୍ଡପ ସିଲକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ବହୁ ରାଜଧାନୀ ବାସିନ୍ଦା । ସେମାନଙ୍କ ମତରେ ମଣ୍ଡପ ସିଲ ହେବା ପୂର୍ବରୁ ଲୋକଙ୍କୁ ଯଥେଷ୍ଟ ସଚେତନ କରାଯିବା ଆବଶ୍ୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details