ଓଡିଶା

odisha

ETV Bharat / city

ବିବାହ, ବ୍ରତ କଟକଣା କୋହଳ କଲା BMC - bmc normal covid19 restriction

ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ କଟକଣା କୋହଳ କଲା ବିଏମସି । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଅଧିକ ପଢନ୍ତୁ...

bmc normal covid19 restriction on marriage, death rituals and thread ceremoney
ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାର କଟକଣା କୋହଳ କଲା ବିଏମସି

By

Published : Oct 30, 2021, 5:18 PM IST

ଭୁବନେଶ୍ବର: କଟକଣା କୋହଳ କଲା ବିଏମସି । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ। ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାର କଟକଣା କୋହଳ କଲା ବିଏମସି

କୋରୋନା କଟକଣା ଯୋଗୁଁ ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଲୋକ ସାମିଲ ନ ହେବା ପାଇଁ ବିଏମସି ପକ୍ଷରୁ ପୂର୍ବରୁ ଗାଇଡଲାଇନ ଜାରି କରାଯାଇଥିଲା । ବର୍ତ୍ତମାନ ବିଏମସି ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଅନୁମତି ଦେଇଛି।

ସୂଚନାଥାଉକି ମହାମାରୀ କୋରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ଜାରି ରହିଛି କୋରୋନା କଟକଣା । ଏଥିଯୋଗୁଁଁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ନିଜର ଜୀବନ ଜୀବିକା ମଧ୍ୟ ହରାଇଛନ୍ତି ।

ବିଶେଷ କରି ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ କାର୍ଯ୍ୟ କରୁଥିବା ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାକୁ ନଜରରେ ରଖି ବିଏମସି ପକ୍ଷରୁ କୋରୋନା କଟକଣା ମଧ୍ୟରେ ସାମାଜିକ ଉତ୍ସବ ପାଳନ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details