ଭୁବନେଶ୍ବର :ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ଦେଖି ଦଳର ଅନେକ ଦାବିଦାର କର୍ପୋରେଟର ପାଇଁ ଦାବି କରୁଥିଲେ। ଏପରିକି ଅନେକ ପୁରୁଖା ନେତା ଯେଉଁମାନେ ୩ରୁ ୪ ଥର କର୍ପୋରେଟର ରହି ଆସିଛନ୍ତି ସେମାନେ ମଧ୍ୟ ଅନେକ ଆଶା କରିଥିଲେ ଦଳୀୟ ଟିକେଟ ପାଇଁ । ହେଲେ ତାହା ଏଥର ହେଲା ନାହିଁ ।
ଏଥର ଅନେକ ନୂଆ ମୁହଁକୁ ସୁଯୋଗ ମିଳିଛି । ଏହାକୁ ନେଇ ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ଅନେକ ନେତା ବା କର୍ମୀ ଦଳୀୟ ଟିକେଟରୁ ମଧ୍ୟ ବାଦ ପଡି ଯାଇଛନ୍ତି । ଏହାକୁ ନେଇ ଭୁବନେଶ୍ବରର ଅନେକ ୱାର୍ଡରେ ଅସନ୍ତୋଷ ଦେଖାଯାଇଛି । ଆଉ ଟିକେଟ ନ ମିଳିବାରୁ ଆଶାୟୀ ପ୍ରାର୍ଥୀମାନେ ସ୍ୱାଧୀନରେ ନାମାଙ୍କନ ପତ୍ର ଭରିଛନ୍ତି । ୨୯ ନମ୍ବର ଓ୍ବାର୍ଡରେ ମଧ୍ୟ ସେଭଳି ପରିସ୍ଥିତି ଉପୁଜିଛି ।