ଓଡିଶା

odisha

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ

By

Published : Jan 25, 2020, 6:18 AM IST

Updated : Jan 25, 2020, 6:56 AM IST

ଚଳିତବର୍ଷ ଖଣ୍ଡଗିରି ମାଘ ମେଳାର,ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଖଣ୍ଡଗିରି ମାଘ ମେଳା
ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟୁ

ଭୁବନେଶ୍ବର: ଚଳିତବର୍ଷ ଖଣ୍ଡଗିରି ମାଘ ମେଳାର,ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନ । ଏନେଇ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି ।

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟୁ

ଫେବୃଆରୀ ପହିଲାରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ତେବେ ଯାତ୍ରା ଫେବୃଆରୀ 5 ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ । ଏହି ମେଳାରେ ମୁଖ୍ୟତଃ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା,ପରିମଳ ବ୍ୟବସ୍ଥା,ବିଜୁଳି, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ରାସ୍ତା, ସୁରକ୍ଷା, ସିସିଟିଭି କ୍ୟାମେରା, ଟ୍ରାଫିକ ନିୟନ୍ତ୍ରଣ, ଆମ୍ବୁଲାନ୍ସ, ହେଲ୍ପ ଡେସ୍କ ଏବଂ ଟ୍ୟୁବୱେଲ ମରାମତି ନେଇ ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ ବୋଲି ରାଜ୍ୟ ନିର୍ଦ୍ଧେଶକ ପୌର ପ୍ରଶାସନ ତଥା ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି ।

ସେପଟେ ଖଣ୍ଡଗିରି ଅଞ୍ଚଳର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଖଣ୍ଡଗିରି ଯାତ୍ରା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳାର ଆବଶ୍ୟକୀୟ ସହାୟତା ଏବଂ ବିକାଶ ଉପରେ ଧ୍ୟାନ ଦେଉନାହାନ୍ତି । ପ୍ରାୟ ୧୬ ଦିନ ଧରି ଚାଲୁଥିବା ଐତିହାସିକ ଯାତ୍ରାର ଉନ୍ନତି ଆବଶ୍ୟକ ବୋଲ ସେ କହିଛନ୍ତି ।

ସୂଚନା ଥାଉ କି ଖଣ୍ଡଗିରି ମାଘ ମେଳା ପ୍ରତିବର୍ଷ ସପ୍ତମୀ ଠାରୁ ୧୦ ଦିନ ଧରି ଚାଲେ । ଯାତ୍ରା ଅଧିକ ୬ ଦିନ ଧରି ଚାଲେ । ରାଜ୍ୟର ଏକ ପ୍ରାଚୀନ ଐତିହାସିକ ସ୍ଥଳୀ ଭାବେ ଖଣ୍ଡଗିରି ମାଘ ମେଳାର ପ୍ରସିଦ୍ଧି ରହିଛି । ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଯାତ୍ରା ପାର୍ଟି ଏଠାରେ ଯାତ୍ରା ପ୍ରଦର୍ଶନ କରନ୍ତି । ଏଠାରେ ୭ ମିଟରର ପ୍ରାୟ ୩୦୦ ଷ୍ଟଲ ବିଏମସି ପକ୍ଷରୁ ଦିଆଯାଏ । ଗୋଟିଏ ଷ୍ଟଲର ମୂଲ୍ୟ ପ୍ରାୟ ୫ ରୁ ୬ ହଜାର ଟଙ୍କା । ଏଠାରେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଏଠାକୁ ଆସି ଧ୍ୟାନ କରନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 25, 2020, 6:56 AM IST

ABOUT THE AUTHOR

...view details