ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ(BMC Mayor Sulochana Das) ନୟାପଲ୍ଲୀ ସ୍ଥିତ ୱାର୍ଡ ନମ୍ବର ୩୭ ବେହେରାସାହି ଗସ୍ତ କରିଛନ୍ତି । ସେଠାରେ ମେୟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସମୀକ୍ଷା କରିଛନ୍ତି ।
ବିଶେଷକରି ସାନିଟେସନ ଓ ବର୍ଷାଜଳ ନିଷ୍କାସନ ସହ ୱାର୍ଡ ଅଫିସ୍ ପ୍ରତିଷ୍ଠା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ବର୍ଷା ହେବା ମାତ୍ରେ ୩୭ ନମ୍ବର ୱାର୍ଡବାସୀ ଜଳବନ୍ଦୀ ସମସ୍ୟାର ସାମ୍ନା କରିଥାନ୍ତି । ଏଠାରେ ୱାର୍ଡ ଅଫିସ ନ ଥିବାରୁ ବିଭବ ଗୁଲମୋହର ପକ୍ଷରୁ ଅକ୍ତିଆର କରାଯାଇଥିବା ସରକାରୀ ଜମିକୁ ବ୍ୟବସ୍ଥା ଭିତରେ ମୁକ୍ତ କରିବାକୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।