ଭୁବନେଶ୍ବର:କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ ମହାଶିବରାତ୍ରି । ଏନେଇ ବିଏମସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସମସ୍ତ ନିଯୋଗ ସହ ବିଏମସିର କର୍ତ୍ତୃପକ୍ଷ ଯୋଗଦେଇଥିଲେ ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବିଡିଏ କାର୍ଯ୍ୟାଳୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପାଳନ କରାଯିବ। ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୧୨ ବର୍ଷରୁ କମ ବୟସ୍କଙ୍କୁ ମନ୍ଦିରରେ ଦର୍ଶନ ମନା। ଗର୍ଭ ଗୃହକୁ ପ୍ରବେଶ ମନା କରାଯାଇଛି। ଆଡ଼କାଠ ଠାରେ ରହି ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥର କୋଭିଡ କଟକଣା ଅନୁଯାୟୀ ଶିବରାତ୍ରି ପାଳନ ହେବ। ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ଲିଙ୍ଗରାଜ ସେବାୟତ ନିଯୋଗ ଏବଂ ବିଏମସି ମିଳିତ ବୈଠକ ପରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମନ୍ଦିର ବାହାରେ କୋଭିଡ ସ୍କ୍ରିନିଂ ବ୍ୟବସ୍ଥା ରହିଛି।