ଓଡିଶା

odisha

ETV Bharat / city

ବିନ୍ଦୁ ସାଗରରେ ଶ୍ରାଦ୍ଧ ମନା, ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଲା BMC - BMC updated guidelines

ମହାଳାୟା ଶ୍ରାଦ୍ଧ ପାଇଁ ଜାରି ହେଲା ଗାଇଡଲାଇନ। ବିନ୍ଦୁ ସାଗରରେ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ମନା। ସେହିପରି ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଲା ବିଏମସି। ଅଧିକ ପଢନ୍ତୁ..

ମହାଳୟାରେ ବିନ୍ଦୁ ସାଗରରେ ଶ୍ରାଦ୍ଧ ମନା, ଗତକାଲିର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଲା BMC
ମହାଳୟାରେ ବିନ୍ଦୁ ସାଗରରେ ଶ୍ରାଦ୍ଧ ମନା, ଗତକାଲିର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଲା BMC

By

Published : Oct 6, 2021, 7:25 AM IST

ଭୁବନେଶ୍ବର:ଆଜି(ବୁଧବାର) ମହାଳୟା ଶ୍ରାଦ୍ଧ ଥିଵାରୁ ବିଏମସି ଜାରି କଲା ନୂଆ ତଥା ସ୍ବତନ୍ତ୍ର ଗାଇଡଲାଇନ। ଏହି ଅବସରରେ ବିନ୍ଦୁ ସାଗରରେ ଶ୍ରାଦ୍ଧ ଦେବା ପାଇଁ ଭିଡ ରହୁଥିବାରୁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ମହାଳୟା ସମୟରେ ଶ୍ରାଦ୍ଧ କିମ୍ବା ବ୍ରାହ୍ମଣ ଭୋଜନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ଯୋଗୁ ଏହି କଟକଣା ଲାଗୁ କରିଛି ବିଏମସି ।

ମହାଳୟାରେ ବିନ୍ଦୁ ସାଗରରେ ଶ୍ରାଦ୍ଧ ମନା, ଗତକାଲିର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଲା BMC

ସେହିପରି ବିଏମସି ଜାରି କରିଥିବା ଗାଇଡ଼ଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି । ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଗତକାଲି ଜାରି କରିଥିବା ଗାଇଡ଼ଲାଇନକୁ ସାମାନ୍ୟ କୋହଳ କରିଛି । ପୂର୍ବରୁ ମାତ୍ର 50 ଜଣ ବ୍ୟକ୍ତିଙ୍କୁ ସାମିଲ ହେବା ନେଇ ଅନୁମତି ଥିବାବେଳେ ଏହାକୁ କୋହଳ କରାଯାଇ ଆୟୋଜିତ ଉତ୍ସବରେ ମଣ୍ଡପ କ୍ଷମତାର ଶତକଡା 50 ଭାଗ ଲୋକଙ୍କୁ ଅନୁମତି ଦେଇଛି ବିଏମସି । କିନ୍ତୁ ପରସ୍ପର ମଧ୍ୟରେ 6 ଫୁଟ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି।

ବିଏମସି ଗାଇଡଲାଇନ ଜାରି କରିବା ପରେ ଅନେକ ସାମାଜିକ ସଂଗଠନ ଏହାକୁ ବିରୋଧ କରିବା ସହ ଏଥିରେ ସଂଶୋଧନ କରିବା ପାଇଁ ଦାବି କରିଥିଲେ । ବିଏମସି କମିଶନର ସଞ୍ଜୟ ସିଂଙ୍କ ସହ ଆଲୋଚନା ପରେ ଗାଇଡ଼ଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ବିଏମସି । ପରିବର୍ତ୍ତିତ ଗାଇଡ଼ଲାଇନ ଆସନ୍ତା 31ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ନିଗମ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details