ଓଡିଶା

odisha

ETV Bharat / city

କୋରୋନା: ଧାର୍ମିକ ଅନୁଷ୍ଠାନକୁ ବିଏମସି ପକ୍ଷରୁ ଏସଓପି ଜାରି - ଭୁବନେଶ୍ବରରେ ଧାର୍ମିକ ଅନୁଷ୍ଠାନ ପାଇଁ ବିଏମସି ପକ୍ଷରୁ ଏସଓପି

ରାଜଧାନୀରେ ଧାର୍ମିକ ଅନୁଷ୍ଠାନ ଉପରେ ବିଏମସିର କଟକଣା। ଭୁବନେଶ୍ବର ସମସ୍ତ ଧାର୍ମିକ ଅନୁଷ୍ଠାନ ପାଇଁ ଏସଓପି ଜାରି କରାଯାଇଛି। ଅଧିକ ପଢନ୍ତୁ...

bmc-issues-advisory-to-religious-institutions
କୋରୋନା ଆତଙ୍କ, ଭୁବନେଶ୍ବରରେ ଧାର୍ମିକ ଅନୁଷ୍ଠାନ ପାଇଁ ବିଏମସି ପକ୍ଷରୁ ଏସଓପି

By

Published : Mar 20, 2020, 3:07 AM IST

ଭୁବନେଶ୍ବର: ଭୁବନେଶ୍ବର ମଠ ମନ୍ଦିର ପାଇଁ ଏସଓପି ଜାରି କରାଯାଇଛି। ରାଜଧାନୀରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ ବିଏମସି ପକ୍ଷରୁ କଟକଣା ।

କୋରୋନା: ଧାର୍ମିକ ଅନୁଷ୍ଠାନ ପାଇଁ ବିଏମସି ପକ୍ଷରୁ ଏସଓପି

ତେବେ ଭୁବନେଶ୍ବରର ସମସ୍ତ ମଠ, ମନ୍ଦିର, ଗୁରୁଦ୍ବାର, ମସଜିଦ ଓ ଚର୍ଚ୍ଚ ଗୁଡିକରେ ଶ୍ରଦ୍ଧାଳୁ ଏକତ୍ର ନହେବା ପାଇଁ ଏସଓପି ଜାରି କରିଛି ବିଏମସି। ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ତେବେ ଧାର୍ମିକ ଅନୁଷ୍ଠାନ ଗୁଡିକରେ ପୂର୍ବରୁ ଚାଲି ଆସୁଥିବା ନୀତିକାନ୍ତି ଜାରି ରହିବ। ବିଶ୍ବର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି ମହାମାରୀ କୋରୋନା। ଏହି ଭୂତାଣୁ ସଂକ୍ରମଣ ମୁକାବିଲା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଭୁବନେଶ୍ବରରେ ବିଏମସି ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ବିଶେଷକରି ଭିଡ ସ୍ଥାନରେ କେରୋନା ସଂକ୍ରମଣର ଭୟ ରହୁଥିବାରୁ ମଠ ମନ୍ଦିର, ଗୁରୁଦ୍ବାର, ମସଜିଦ ଓ ଚର୍ଚ୍ଚ ଗୁଡିକ ଉପରେ କଟକଣା ଲଗାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details