ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ନିୟମକୁ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ରାଜଧାନୀର ସମସ୍ତ ପାର୍କ ଉପରେ ବିଏମସି ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । ତେବେ ପାର୍କରେ ପରିସରରେ ଥିବା ସମୟରେ ସମସ୍ତ କୋଭିଡ ନିୟମକୁ ସଠିକ ଭାବେ ପାଳନ କରିବା ପାଇଁ ବିଏମସି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।
ପାର୍କରେ କୋଭିଡ ଗାଇଡ଼ଲାଇନ ପାଳନ କରିବା ସହିତ ପାର୍କ ପରିସରରେ ରହିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି 2 ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ମଧ୍ୟ ଲୋକମାନଙ୍କୁ କୁହାଯାଇଛି । ସେହିପରି ପାର୍କ ଭିତରେ ତମାଖୁ ସେବନ ଓ ଛେପ ନ ପକାଇବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି । ଏହି ସମସ୍ତ ନିୟମକୁ ଉଲ୍ଲଘଂନ କଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ରାଜଧାନୀବାସୀଙ୍କୁ ସତର୍କ କରାଯାଇଛି । ସର୍ବସାଧାରଣଙ୍କ ପାଇଁ ବିଏମସି ଏହି କଟକଣାକୁ ଲାଗୁ କରିଛି । ସଂକ୍ରମଣରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଏମସି ।