ଭୁବନେଶ୍ବର: ଆକ୍ସନ ମୁଡ଼ରେ ବିଏମସି । କେତେବେଳେ ସ୍ବଚ୍ଛ ପରିମଳ ତ ଆଉ କେତେବେଳେ ଖାଦ୍ୟ ସାମଗ୍ରୀ ଯାଞ୍ଚ। ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ, ଠେଲା, ଫୁଡ଼ ପାର୍ଲର ଉପରେ ଅତର୍କିତ ଚଢ଼ାଉ।
ବୁଧବାର ସିଆରପିଏଫ ଛକରୁ ଷ୍ଟେୱାର୍ଟ ଛକ ଏବଂ ଫାୟାର ଷ୍ଟେସନ ଛକରେ ବିଏମସି ପକ୍ଷରୁ ବିଭିନ୍ନ ହୋଟେଲ,ଠେଲା ଗାଡି ଓ ଫୁଡ଼ ପାର୍ଲର ଉପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟର ମାନ ଖରାପ ଥିବାରୁ ପାଖାପାଖି 50ରୁ ଉର୍ଦ୍ଧ୍ବ ଦୋକାନୀ ଓ ଠେଲାରୁ 26500 ଟଙ୍କା ଫାଇନ ଆଦାୟ କରାଯାଇଛି।