ଭୁବନେଶ୍ବର:କୋଭିଡ ସଂକ୍ରମଣ ଯୋଗୁଁସର୍ବସାଧାରଣରେ ଗହଳିକୁ ରୋକ ଲଗାଇବା ପାଇଁ ଦୀପାବଳିରେ ପିଣ୍ଡ ଦାନ ଓ ଛଟ ପୂଜାରେ କଟକଣା ଲଗାଇଛି ବିଏମସି । ଦୀପାବଳି ଓ ଛଟପୂଜାରେ ଗହଳିକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ବିଏମସି । ପିଣ୍ଡଦାନ ପାଇଁ ବିନ୍ଦୁସାଗର କୂଳରେ ପ୍ରବଳ ଗହଳି ଜମେ ।
ଏହାକୁ ଦୃଷ୍ଟିରେ ରଖି ବିନ୍ଦୁସାଗର କୂଳରେ କଟକଣା ଜାରି ହୋଇଛି । ପିଣ୍ଡଦାନ ଲାଗି ନଆସିବା ଲାଗି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଛଟ ପୂଜାରେ ବିଭିନ୍ନ ନଦୀପଠା ଓ ପୋଖରୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।