ଓଡିଶା

odisha

ETV Bharat / city

ଆକ୍ସନ ମୁଡରେ BMC, ବର୍ଯ୍ୟବସ୍ତୁ ମୁକ୍ତ ହେବ ଭୁବନେଶ୍ବର - bmc zero tolerance rule

ରାଜଧାନୀ ଭୁବନେଶ୍ବରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବାରେ ବିଏମସିର ଜିରୋ ଟଲେରାନ୍ସ ନୀତି । ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଉତ୍ତମ ମାନ୍ୟତା ଆଶାରେ ଅମାନିଆଙ୍କ ପାଇଁ ଆକ୍ସନ ମୁଡ଼ରେ ଭୁବନେଶ୍ୱର ମହାନଗର ନିଗମ । ଫୋକସରେ ଡବଲ ଡଷ୍ଟବିନ ସିଷ୍ଟମ । ନିୟମ ନମାନିଲେ ଦୋକାନ ହେବ ସିଲ । ଅଧିକ ପଢନ୍ତୁ...

bmc in action mode to make polution free bhubaneswar bring double dustbin system
ଆକ୍ସନ ମୁଡ଼ରେ ବିଏମସି, ଭୁବନେଶ୍ବର ହେବ ବର୍ଯ୍ୟବସ୍ତୁ ମୁକ୍ତ

By

Published : Jan 9, 2021, 9:30 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବାରେ ବିଏମସିର ଜିରୋ ଟଲେରାନ୍ସ ନୀତି । ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଉତ୍ତମ ମାନ୍ୟତା ଆଶାରେ ଅମାନିଆଙ୍କ ପାଇଁ ଆକ୍ସନ ମୁଡ଼ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଫୋକସରେ ଡବଲ ଡଷ୍ଟବିନ ସିଷ୍ଟମ । ନିୟମ ନମାନିଲେ ଦୋକାନ ହେବ ସିଲ ।

ଆକ୍ସନ ମୁଡ଼ରେ ବିଏମସି, ଭୁବନେଶ୍ବର ହେବ ବର୍ଯ୍ୟବସ୍ତୁ ମୁକ୍ତ


ଭୁବନେଶ୍ୱରର ବ୍ୟସ୍ତ ବହୁଳ ଇନ୍ଦ୍ରଧନୁ ମାର୍କେଟ, ଯେଉଁଠାରେ ପାଖପାଖି ୫୦୦ ଦୋକାନୀ ବ୍ୟବସାୟ କରନ୍ତି । କିଛିଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ଓ ପୋଲିସ ପ୍ରଶାସନର ମିଳିତ ଚଢ଼ାଉରେ ୩ ଟି ଦୋକାନକୁ ଫାଇନ କରାଯାଇଛି । ଦୋକାନ ପିଛା ୨୫୦ ଟଙ୍କା ଫାଇନ ଆଦାୟ କରାଯାଇଛି । ବିଏମସିର ଯୁକ୍ତି ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯାଉଛି ତେଣୁ, ସ୍ୱଚ୍ଛ ଓ ପରିମଳତାରେ ବ୍ୟାଘାତକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣେଇଛି ବିଏମସି । ଦୋକାନୀମାନେ ଠିକ ଢଙ୍ଗରେ ବ୍ୟବସାୟ ପରିଚାଳନା କରୁନଥିଲେ ଏବଂ ଦୋକାନ ସାମ୍ନାରେ ଅଳିଆ ଆବର୍ଜନା ପକାଉଛନ୍ତି । ନିୟମ ମାନୁନଥିବାରୁ ସେମାନଙ୍କୁ ଫାଇନ କରାଯାଇଛି ବୋଲି ବିଏମସି କହିଛି ।

ତେବେ ଏହି ଗୋଟିଏ ଅଞ୍ଚଳ ନୁହେଁ ଏମିତି ନିୟମିତ ଭାବରେ ପ୍ରତି ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ ସ୍ୱଚ୍ଛତା ନେଇ ଚଢ଼ାଉ ଜାରି ରହିବ । ତାର କାରଣ ହେଉଛି ବିଏମସି ପକ୍ଷରୁ କ୍ଷୁଦ୍ର ଜୈବ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି । ଯେଉଁଥିପାଇଁ ପାଇଁ ଭିନ୍ନ ଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । ଗୋଟିଏରେ ଶୁଖିଲା ବର୍ଜ୍ୟବସ୍ତୁ ଓ ଆଉ ଗୋଟିଏ ଡଷ୍ଟବିନରେ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଉଠା ଦୋକାନୀ ଅବା ଯେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ, ସମସ୍ତେ ମାନିବାକୁ ବାଧ୍ୟ ।

ତେବେ ଏନେଇ ଅଧିକାଂଶ ଦୋକାନୀ ଫାଇନ ଆଦାୟକୁ ବିରୋଧ କରିଥିଲେ । ଦୋକାନୀଙ୍କ ମତ, ପୂର୍ବରୁ ସଚେତନ କରିଥିଲେ ଭଲ ହୋଇଥାନ୍ତା । ଡ଼ଷ୍ଟବିନ ନଦେଇ ବିଏମସି ଫାଇନ କାଟିବା ଠିକ ହେଉନି । କୋଭିଡ ସମୟରେ ବ୍ୟବସାୟ ପ୍ରଭାବିତ ହେଇଛି । ପୁଣି ବିଏମସିର ଫାଇନ ଆଦାୟ ଭାରି କଷ୍ଟ ଲାଗୁଛି । ତେଣୁ, ବିଏମସି ହଠାତ ଫାଇନ କାଟିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଇନ୍ଦ୍ରଧନୁ ବ୍ୟବସାୟୀ ସଙ୍ଘ ସମ୍ପାଦକ। ତାଙ୍କ ମତରେ ଡବଲ ଡଷ୍ଟବିନ ରଖିବା ଭଲ ନିୟମ, ସମସ୍ତେ ନିୟମ ମାନିବେ ହେଲେ, ସେଥିପାଇଁ ସମୟ ଦେବା ଦରକାର । ପୂର୍ବରୁ ଏନେଇ ସଚେତନ କରିଥିଲେ ଭଲ ହୋଇଥାନ୍ତା ।

ଖାଲି ନିୟମ କଲେ ହେବନି ତାହା ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେବାର ଆବଶ୍ୟକତା ମଧ୍ୟ ରହିଛି । ନିୟମକୁ ନୀତିଗତ ଭାବେ ଲାଗୁ କରାଯିବା ଦରକାର, ତାହେଲେ ହିଁ ସ୍ୱଚ୍ଛ ପରିମଳ ନେଇ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details