ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମଣ ରୋକିବା ନେଇ ବିଏମସି ପକ୍ଷରୁ ବଡ ପଦକ୍ଷେପ । କୋରୋନା ସନ୍ଦିଗ୍ଧଙ୍କ ପାଇଁ ଖୁସି ଖବର ଆଣିଲା ବିଏମସି । ଏଣିକି କୋରୋନା ସନ୍ଦିଗ୍ଧଙ୍କୁ ଚିକିତ୍ସା ପାଇଁ ପୃଥକୀକରଣ ଭାବରେ ବିଭିନ୍ନ ହୋଟେଲରେ ରଖାଯାଇପାରିବ । ଯାହାକୁ ନେଇ କିଛି ସରକାରୀ କୋଠା ସମେତ ଜିଞ୍ଜର, ଏମ୍ପାୟାର ଏବଂ କଳିଙ୍ଗ ଅଶୋକ ହୋଟେଲରେ ଆଇସୋଲେସନ ବ୍ୟବସ୍ଥା ଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଆଇସୋଲେସନ ଓ୍ବାର୍ଡରେ ରହିବାକୁ ହେଲେ ନିଜ ଖର୍ଚ୍ଚ ନିଜେ ତୁଲାଇବାକୁ ପଡିବ ବୋଲି କୁହାଯାଇଛି ।
କୋରୋନା ସତର୍କତା: ଆଇସୋଲେସନ ପାଇଁ ରାଜଧାନୀର ତିନି ହୋଟେଲ ପ୍ରସ୍ତୁତ - କୋରୋନା ସଂକ୍ରମଣ
କରୋନା ସନ୍ଦିଗ୍ଧ ମାନଙ୍କୁ ପୃଥକ ଭାବରେ ହୋଟେଲରେ ସଂଗରୋଧ କରି ରଖାଯାଇପାରିବ । ସେଥିପାଇଁ ଭୁବନେଶ୍ବରରେ 3ଟି ହୋଟେଲ ବଛାଯାଇଛି । ଅଧିକ ପଢନ୍ତୁ...
![କୋରୋନା ସତର୍କତା: ଆଇସୋଲେସନ ପାଇଁ ରାଜଧାନୀର ତିନି ହୋଟେଲ ପ୍ରସ୍ତୁତ corona](https://etvbharatimages.akamaized.net/etvbharat/prod-images/768-512-6471522-thumbnail-3x2-gg.jpeg)
କୋରୋନା ସଂକ୍ରମଣ ରୋକିବା ନେଇ ବିଏମସିର ବଡ ପଦକ୍ଷେପ
ହୋଟେଲରେ ୧୪ ଦିନ ପର୍ଯ୍ୟନ୍ତ ରଖାଯିବ । ଦୈନିକ ୨୪ ଘଣ୍ଟାରେ ୨୫୦୦ ଟଙ୍କାରେ ସକାଳ ଜଳଖିଆ, ଖରାବେଳେ ଲଞ୍ଚ ଏବଂ ରାତିରେ ଡିନର ସହିତ ଦୁଇଟି ପାଣି ବୋତଲ ଯୋଗାଇ ଦିଆଯିବା ନେଇ ସୂଚନା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ