ଭୁବନେଶ୍ବର:ଶଯ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କ ପାଇଁ BMCର ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା। ଆଜି ଠାରୁ ୧୯୨୯ ଯୋଗେ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟିକା ଦିଆଯିବ । ଏଯାବତ ୩୦ ଜଣ ପଞ୍ଜୀକୃତ କରିଥିବା ବେଳେ ସେସବୁ ସଠିକ ଭାବେ ଯାଞ୍ଚ କରିବା ପରେ ହିତାଧିକାରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇ ଘରେ କିମ୍ବା ନିକଟ କେନ୍ଦ୍ରରେ ଟୀକାକରଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।
ଶଯ୍ୟାଶାୟୀଙ୍କୁ ଘରେ ଟିକା ଦେବା ପାଇଁ BMCର ସ୍ବତନ୍ତ୍ର ବ୍ୟବସ୍ଥା
ଶଯ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କ ପାଇଁ BMC ର ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା। ଆଜି ଠାରୁ ୧୯୨୯ ଯୋଗେ ପଞ୍ଜୀକରଣ ଆରମ୍ଭ । ଅଧିକ ପଢନ୍ତୁ...
ତେବେ ସହରର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ବିଏମସିର ଲକ୍ଷ ରହିଛି । ବିଶେଷ କରି ଯେଉଁମାନେ ଏଭଳି ସମ୍ବେଦନଶୀଳ ବ୍ୟକ୍ତି ସେମାନଙ୍କୁ ସ୍ବଚ୍ଛତା ଓ ସୁରକ୍ଷାରେ ଟିକା ଦେବା ଲାଗି ଏହି ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଦ୍ବୀତିୟ ଡୋଜ୍ ପାଇଁ ଓ୍ବାକ୍ ଇନ୍ ଟିକାକରଣ କରାଯାଇଛି । ଅଗ୍ରାଧିକାରୀ ଭିତ୍ତିରେ ପ୍ରଥମ ଡୋଜ୍ ନେଇସାରିଥିବା ପ୍ରାୟ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ଅନୁଯାଇ ଆସନ୍ତା ସୋମବାର ସୁଦ୍ଧା ଟିକାଦାନ ସରିବା ପରେ ବଳକା ପ୍ରଥମ ଓ ଦ୍ବିତୀୟ ଡୋଜ୍ ଦିଆଯିବ ବୋଲି କହିଛନ୍ତି ସଞ୍ଜୟ।
ଭୁବନେଶ୍ବରରୁ ସଞ୍ଜୟ କୁମାର ରାୟ, ଇଟିଭି ଭାରତ