ଭୁବନେଶ୍ବର:କାର୍ତ୍ତିକ ପୂର୍ଣ୍ଣିମାରେ ଜନଗହଳିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ । ଜାରି ହେଲା ସ୍ବତନ୍ତ୍ର ଗାଇଡ଼ଲାଇନ । କୋରୋନାକୁ ହରାଇବା ପାଇଁ ଟୀକାକରଣ ଜୋରଦାର ଚାଲିଥିବାବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ବିଏମସି ଗାଇଡଲାଇନ ଜାରି କରିଛି ।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ: ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା, ବୋଇତ ବନ୍ଦାଣରେ କଟକଣା - କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କଲା ବିଏମସି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଅଧୀନ ସମସ୍ତ ମନ୍ଦିରରେ ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ଅଧିକ ପଢନ୍ତୁ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କଲା ବିଏମସି
ବିନ୍ଦୁସାଗର, ନଦୀପଠା ଓ ଜଳାଶୟରେ ବୋଇତ ବନ୍ଦାଣ ଓ ଭକ୍ତଙ୍କ ସମାଗମ ଉପରେ କଟକଣା ଲଗାଇବା ସହ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ ଓଷା ଦିନ ମଧ୍ୟ ଦେବାଳୟ ବା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ବିଏମସି । ଏନେଇ ବିଏମସି କମିଶନରଙ୍କ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଆଡ଼ଭାଇଜରି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ