ଓଡିଶା

odisha

ETV Bharat / city

ହୋଟେଲ ପାଇଁ ଜାରି ହେଲା ନୂଆ ଗାଇଡଲାଇନ - ହୋଟେଲଗୁଡିକ ପାଇଁ ନୂଆ ନିୟମ ଜାରି

କୋରୋନା ସଂକ୍ରମଣ ବୃଦ୍ଧି ନେଇ ବିଏମସି ଅଞ୍ଚଳରେ ରହିଥିବା ହୋଟେଲଗୁଡିକ ପାଇଁ ନୂଆ ନିୟମ ଜାରି ହୋଇଛି । ଅଧିକ ପଢନ୍ତୁ...

ହୋଟେଲ ନୂଆ ଗାଇଡଲାଇନ
ହୋଟେଲ ନୂଆ ଗାଇଡଲାଇନ

By

Published : Apr 21, 2021, 1:56 PM IST

ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହର କୋପରେ ଏବେ ଦେଶ । ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣଙ୍କ ସଂଖ୍ୟା । ଏନେଇ ବିଏମସି ଅଞ୍ଚଳରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ ପାଇଁ ନୂଆ ନିୟମ ଜାରି ହୋଇଛି ।

ପୂର୍ବ ପରି ଆଉ କେହି ହୋଟଲରେ ଖାଇ ପାରିବେ ନାହିଁ । କେବେଳ ପାର୍ସଲର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ ହୋଟେଲକୁ ଭିଡ ଲଗାଇବା ପରିବର୍ତ୍ତେ ଅନଲାଇନ ଜରିଆରେ ଖାଦ୍ୟ ଅର୍ଡର କରି ପାରିବେ ।ହୋଟେଲଗୁ଼ଡିକରେ ଯେତେ କମ ସଂଖ୍ୟକ ଲୋକ ହେବେ ସେନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ । ଗତ 19ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡ଼ଲାଇନରେ ଏହି ନିର୍ଦ୍ଦେଶ ଥିଲା ଯାହାକୁ ଆଜିଠାରୁ ବିଏମସି ପକ୍ଷରୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।

ସୂଚନାଅନୁସାରେ ଆଜି ଗୋଟିଏ ଦିନରେ ରାଜ୍ୟରେ 4851ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ 703ଜଣ ଆକ୍ରାନ୍ତ ହୋଇଛନ୍ତି । କେବେଳ ସଚେତନତା ଓ ନିୟମ ପାଳନ ହିଁ କୋରୋନାର ମୁକାବିଲା କରିପାରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details