ଭୁବନେଶ୍ବର:ଏଣିକି ରାଜଧାନୀରେ ଅସହାୟ ଓ ନିରାଶ୍ରୟ ବାସହୀନଙ୍କୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଆଉ ମାଗଣାରେ ବାଣ୍ଟିପାରିବେନି ଖାଦ୍ୟ । ଏହା ଉପରେ ରୋକ ଲଗାଇଲା ବିଏମସି। ବାସହୀନଙ୍କ ମାନସିକତାରେ ପରିବର୍ତ୍ତନ ଲାଗି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସେପଟେ ବିଏମସିର ବିଜ୍ଞପ୍ତି ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା । ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ । ମାଗଣାରେ ଖାଦ୍ୟ ଦିଆଯାଉନଥିବା ସାଂସଦ କହିଛନ୍ତି ।
ସୂଚନା ଥାଉକି, ରାସ୍ତା କଡରେ ବାସହୀନ ରାତ୍ରି ଯାପନ କରୁଛନ୍ତି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ସେମାନଙ୍କୁ କିଭଳି ବିଏମସି ପରିଚାଳିତ ଆଶ୍ରୟସ୍ଥଳୀକୁ ନିଆଯାଇ ପାରିବ ସେ ନେଇ ବାହାର ଖାଦ୍ୟବସ୍ତ୍ର ବଣ୍ଟନ ଉପରେ ବିଏମସି ରୋକ୍ ଲଗାଇଛି। ଏନେଇ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଏମସିର ବିନା ଅନୁମତିରେ ବାଣ୍ଟିଲେ ଖାଦ୍ୟସାମଗ୍ରୀ ଜବତ ହେବା ନେଇ ଚିଠିରେ ଉଲ୍ଲେଖ ରହିଥିଲା ।