ଓଡିଶା

odisha

ETV Bharat / city

ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ - ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ

ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ । ହକି ମହାକୁମ୍ଭକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବିଏମସି । ଅଧିକ ପଢନ୍ତୁ

ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ ଜାରି
ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ ଜାରି

By

Published : Oct 8, 2022, 10:32 PM IST

ଭୁବନେଶ୍ବର: 2023 ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ ( Hockey World Cup 2023 ) । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । ହକି ମହାକୁମ୍ଭ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ସହିତ ଗାଇଡଲାଇନ ଜାରି କରିଛି ବିଏମସି । ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ ।

ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଏମସିର ଗାଇଡଲାଇନ ଜାରି

ହକି ବିଶ୍ବକପ ପାଇଁ ରାଜଧାନୀରେ ହକି ପ୍ରେମୀଙ୍କ ଗହଳି ଜମିବ । ତେଣୁ ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଏମସି । ହକି ଇଭେଣ୍ଟକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ପ୍ରଶାସନ ଗାଇଡଲାଇନ୍ ଜାରି କରିଛି । ଯେଉଁଥିରେ ହକି ବିଶ୍ଵକପ୍ ସମୟରେ ଫୁଟପାଥ୍ ଓ ଡ୍ରେନ୍ ଉପରେ ଫୁଡ୍ ଷ୍ଟଲକୁ ବାରଣ କରାଯାଇଛି । ସେହିପରି ଯେଉଁ ଦୋକାନ ନିକଟରେ ପାର୍କିଂ ସୁବିଧା ନଥିବ ସେମାନେ ଗ୍ରାହକଙ୍କୁ କେବଳ ପାର୍ସଲ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନର କର୍ମଚାରୀ ସଫା ସୁତୁରା ରହିବା ସହ ମାସ୍କ ପରିଧାନ କରିବାକୁ କୁହାଯାଇଛି । ରାଜଧାନୀର ସମସ୍ତ ଉଠା ଦୋକାନୀ ଏବଂ ସେମାନଙ୍କ ସଂଘ ପାଇଁ ବିଏମସି ଏଭଳି ଗାଇଡଲାଇନ ଜାରି କରାଯିବା ସହିତ ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ପରିମଳ ବ୍ୟବସ୍ଥା ଏବଂ ଉପଯୁକ୍ତ ପାର୍କିଂ ସୁବିଧା ନଥାଇ ବହୁ ଉଠା ଦୋକାନୀ ରାସ୍ତାକଡ ଫୁଟପାଥରେ ଖାଦ୍ୟ ପରିବେଷଣ କରୁଛନ୍ତି । ଯାହା ଫଳରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି । ହକି ବିଶ୍ଵକପ୍ ସମୟରେ ଏହା ସମସ୍ୟା ସୃଷ୍ଟି କରିବ, ତେଣୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଉଥିବା ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ । ଅନ୍ୟ ପଟେ ବିଏମସିର ଏଭଳି ଗାଇଡଲାଇନକୁ ବିରୋଧ କରିଛନ୍ତି ରାଜଧାନୀର ଉଠା ଦୋକାନୀ । ହକି ବିଶ୍ଵକପ୍ ପାଇଁ ଜାରି ଗାଇଡଲାଇନରେ ଉଠାଦୋକାନୀ ମାନଙ୍କ ପାଇଁ କଟକଣା ଲାଗିଥିବା ବେଳେ ବଡ ଦୋକାନୀ ମାନଙ୍କୁ ଏଥିରୁ ବାଦ ଦିଆଯାଇଛି କାହିଁକି ବୋଲି ଉଠା ଦୋକାନୀ ସଂଘ ପ୍ରଶ୍ନ କରିଛି । ଉଭୟ ଉଠା ଦୋକାନୀ ଓ ବଡ ଦୋକାନୀ ସମାନ ଟ୍ୟାକ୍ସ ଦେଉଥିବା ବେଳେ ଉଠା ଦୋକାନୀଙ୍କ ପ୍ରତି ବିଏମସିର ଏଭଳି କଠୋର ମନୋଭାବକୁ ନିନ୍ଦା କରିଛନ୍ତି ଉଠା ଦୋକାନୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details