ଭୁବନେଶ୍ବର: ଆରମ୍ଭ ହେଲା ବିବାହର ଋତୁ । ବିବାହରେ ବର୍ତ୍ତମାନ ୧୦୦ ଭିତରେ ଲୋକ ସାମିଲ୍ ହୋଇପାରିବେ ବୋଲି ବିଏମସି ନିର୍ଦ୍ଦେଶ ଜାରି କରିଛି । ତେବେ ରାତି ୯ ଟା ପର୍ଯ୍ୟନ୍ତ ବିବାହ ଉତ୍ସବକୁ ଅନୁମତି ଦିଆଯାଇଥିଲେ ହେଁ ଏଥିରେ ସମୟସୀମାକୁ ସାମୟିକ ପରିବର୍ତ୍ତନ କରାଯାଇଛି ଏବଂ ବାହାରୁ ଆସୁଥିବା ଲୋକଙ୍କୁ ୨୮ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ନିୟମକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ କର୍ତ୍ତୃପକ୍ଷ ଚିନ୍ତା କରୁଛି ବିଏମସି ।
କଡାକଡି ହେବ କୋଭିଡ ଗାଇଡଲାଇନ୍ ! - କଡାକଡି ହେବ କୋଭିଡ ଗାଇଡଲାଇନ୍
ଆରମ୍ଭ ହେଲା ବିବାହର ଋତୁ । ବିବାହରେ ବର୍ତ୍ତମାନ ୧୦୦ ଭିତରେ ଲୋକ ସାମିଲ୍ ହୋଇପାରିବେ ବୋଲି ବିଏମସି ନିର୍ଦ୍ଦେଶ ଜାରି କରିଛି । ଅଧିକ ପଢନ୍ତୁ...
କଡାକଡି ହେବ କୋଭିଡ ଗାଇଡଲାଇନ୍ !
ଏ ନେଇ ସୂଚନା ଦେଇଛନ୍ତି ବିଏମସିର ଭାରପ୍ରାପ୍ତ କମିଶନର ସୁରଥ ଚନ୍ଦ୍ର ମଲିକ। ଆଗକୁ କୋରୋନାର ଦ୍ୱିତୀୟ ୱେଭ୍ ଆସିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପୂର୍ବାନୁମାନ କରୁଛନ୍ତି । ତେବେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଲେ କୋରୋନା ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଆକଳନ କରୁଛନ୍ତି ସରକାର । ସେଥିପାଇଁ ବିଏମସି ପ୍ରଶାସନ ପକ୍ଷରୁ ଭୁବନେଶ୍ୱରରେ ନିୟମକୁ ଅଧିକ କଡାକଡି କରାଯିବାର ଆଶଙ୍କା ଉପୁଜିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ