ଓଡିଶା

odisha

ETV Bharat / city

Vaccination Drive: ଟୀକାକରଣରେ BMCର ଆଉ ଏକ ମାଇଲ ଖୁଣ୍ଟ

କୋରୋନା ଟୀକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି BMC । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ଅଧିକ ପଢନ୍ତୁ

Vaccination Drive: ଟୀକାକରଣରେ BMCର ଆଉ ଏକ ମାଇଲ ଖୁଣ୍ଟ
Vaccination Drive: ଟୀକାକରଣରେ BMCର ଆଉ ଏକ ମାଇଲ ଖୁଣ୍ଟ

By

Published : Jan 21, 2022, 12:37 PM IST

ଭୁବନେଶ୍ବର: କୋରୋନା ଟୀକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି BMC । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୫ ଲକ୍ଷ ୮ହଜାର ୮୮୪ ପ୍ରଥମ ଡୋଜ ରହିଥିବା ବେଳେ ୧୩ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ ରହିଛି । ୧୫ ରୁ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ ଜଣ ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି BMC ।

ଭୁବନେଶ୍ବରରେ କୋଭକ୍ସିନ ଟିକା ଦିଆଯାଉଛି । ଏବେବି ୫୦ରୁ ଊର୍ଦ୍ଧ୍ଵ କେନ୍ଦ୍ରରେ ଜାରି ରହିଛି ଟୀକାକରଣ । ଟୀକାକରଣ ଚାଲିଥିବାରୁ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details