ଓଡିଶା

odisha

ETV Bharat / city

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଅଞ୍ଚଳ ମିଶନ; ଗନ୍ଧଉଛି ପବ୍ଲିକ ଟଏଲେଟ, ମୁହଁ ମୋଡୁଛନ୍ତି ଲୋକେ - smart cirt

ସ୍ମାର୍ଟସିଟି ଓ ବିଏମସିର ମିଳିତ ପ୍ରୟାସରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପବ୍ଲିକ ଟଏଲେଟ ଓ ଇ-ଟଏଲେଟ । ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ସେସବୁ ବନ୍ଦ ପଡିଥିବା ଦେଖିବାକୁ ମିଳିଛି ।

ପବ୍ଲିକ ଟଏଲେଟ କୁ ନାହିଁ ପବ୍ଲିକ ଭରସା, ଫେଲ ମାରିବ ବାହ୍ୟ ମଳମୁକ୍ତ ମିଶନ
ପବ୍ଲିକ ଟଏଲେଟ କୁ ନାହିଁ ପବ୍ଲିକ ଭରସା, ଫେଲ ମାରିବ ବାହ୍ୟ ମଳମୁକ୍ତ ମିଶନ

By

Published : Dec 15, 2020, 7:39 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ବଚ୍ଛ ପରିମଳ ବ୍ୟବସ୍ଥା ନେଇ ଦୈନିକ ବିଏମସି ପକ୍ଷରୁ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସଚେତନତା କ୍ୟାମ୍ପ ଠାରୁ ଆରମ୍ଭ କରି ଘରେ ଘରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ତାଲିମ ମଧ୍ୟ ଦିଆଯାଉଛି। ହେଲେ ତାହା ଅଧିକାଂଶରେ ବିଫଳ ହେଉଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜଧାନୀର ପବ୍ଲିକ ଟଏଲେଟ ଓ ଇ-ଟଏଲେଟ। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟଏଲେଟ କେତେକ ସ୍ଥାନରେ ବନ୍ଦ ରହିଥିବାବେଳେ, ଆଉ କେଉଁଠି ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଉପଯୋଗୀ ନହୋଇ ପଡିରହିଛି। ପ୍ରତିଦିନ ଭୁବନେଶ୍ବରକୁ ହଜାର ହଜାର ସଂଖ୍ୟାରେ ଲୋକ ଚାକିରୀ, ବ୍ୟବସାୟ ଏବଂ ଭିନ୍ନ କାର୍ଯ୍ୟ ଅନ୍ବେଷଣ ପାଇଁ ଆସିଥାନ୍ତି । ହେଲେ ପାଇଖାନା ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ପବ୍ଲିକ ଟଏଲେଟ କୁ ନାହିଁ ପବ୍ଲିକ ଭରସା, ଫେଲ ମାରିବ ବାହ୍ୟ ମଳମୁକ୍ତ ମିଶନ

ତେବେ ରାଜଧାନୀରେ ରହିଛି ପ୍ରାୟ ୨୨୦ରୁ ଉର୍ଦ୍ଧ୍ବ ପାଇଖାନା । ଏବେ ଅନେକ ମଧ୍ୟ ନିର୍ମାଣଧୀନ ଅବସ୍ଥାରେ ରହିଛି। କେରଳର ଇରମ କମ୍ପାନୀ ଦ୍ବାରା ପ୍ରସ୍ତୁତ ଇ-ଟଏଲେଟ ମଧ୍ୟ ୩୦ଟି ସ୍ଥାନରେ କରାଯାଇଛି। ହେଲେ ଦେଖନ୍ତୁ ତାର ଦୟନୀୟ ଦୃଶ୍ୟ। ବ୍ୟବସାୟିକ ପେଣ୍ଠସ୍ଥଳ ରାଜମହଲ ଛକ ଉପରେ ରହିଛି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଇ-ଟଏଲେଟ । ହେଲେ ଏହି ପାଇଖାନାରୁ ଏତେ ମାତ୍ରାରେ ଦୁର୍ଗନ୍ଧ ବାହାରୁଛି ଯେ, ଏଠାକୁ ଗଲେ କେହି ନୂଆ ରୋଗ କିଣିକି ଆଣିବ।

ସେହିପରି ଆଉ ଗୋଟିଏ ହେଉଛି ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିର ପାର୍ଶ୍ଵରେ ଥିବା ସୁଲଭ ଶୌଚାଳୟ । ହେଲେ ଦିନ ଦ୍ବିପ୍ରହରରେ ପଡିଛି ତାଲା । ଶୀତ ଋତୁରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ, ଶ୍ରଦ୍ଧାଳୁ ଆସୁଛନ୍ତି ହେଲେ ଶୌଚାଳୟ ରେ ପଡିଥିବା ତାଲା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଯାହାକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି ଯେ, ବିଏମସିର ଏହି ସ୍ବଚ୍ଛ ପରିମଳ କାର୍ଯ୍ୟକ୍ରମ କାହା ପାଇଁ ?

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details