ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ସଂକ୍ରମଣ ଏବେବି ହାଇ ପିକରେ ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏବେବି ବହୁ କୋରୋନା ମାମଲା ସାମ୍ନାକୁ ଆସୁଛି । ବିଏମସି ଏବଂ ପୋଲିସ କର୍ତ୍ତୃପକ୍ଷ ଠିକ୍ ଭାବରେ ନିଜର ଦାୟିତ୍ବ ତୁଲାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
ସଂକ୍ରମଣ କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଉପକୂଳର ୧୩ ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି । ‘ଏ’ ବର୍ଗରେ ଥିବା ଜିଲ୍ଲାରେ ଲୋକଙ୍କ ପାଇଁ ସକାଳ ୬ ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଅନୁମତି ଦିଆଯାଇଛି । ‘ବି’ ବର୍ଗ ଜିଲ୍ଲାରେ ଏହା ସକାଳ ୬ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।