ଭୁବନେଶ୍ବର:ଫାଇନ ଆଦାୟ କଲା ବିଏମସି। ଭୁବନେଶ୍ୱର ବ୍ୟବସାୟିକ ପେଣ୍ଠସ୍ଥଳ ୟୁନିଟ ୨ ମାର୍କେଟରେ ବିଏମସିର ଚଢ଼ାଉ କରିଛି।
ମାର୍କେଟ ଉପରେ ବିଏମସିର ନଜର, କୋଭିଡ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଆଦାୟ କଲା ଫାଇନ - କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗ
ଭୁବନେଶ୍ୱର ବ୍ୟବସାୟିକ ପେଣ୍ଠସ୍ଥଳ ୟୁନିଟ ୨ ମାର୍କେଟରେ ବିଏମସିର ଚଢ଼ାଉ କରିଛି। କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 10ରୁ ଊର୍ଦ୍ଧ୍ବ ଦୋକାନରୁ ପାଖାପାଖି ୮୦୦୦ ଟଙ୍କା ଫାଇନ ଆଦାୟ । ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲ୍ଲଘଂନ ନେଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଫାଇନ ଆଦାୟ କଲା ବିଏମସି । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 10ରୁ ଊର୍ଦ୍ଧ୍ବ ଦୋକାନରୁ ପାଖାପାଖି ୮୦୦୦ ଟଙ୍କା ଫାଇନ ଆଦାୟ କରାଯାଇଛି । କୋଭିଡ ମହାମାରୀ ସଂକ୍ରମଣକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ହାଟ,ମାର୍କେଟ ରେ ଚଢ଼ାଉ ଜାରି ରହିଛି।
ଭୁବନେଶ୍ୱରରେ କୋରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ ପକ୍ଷରୁ କୋଭିଡ ନିୟମ ପାଳନ ନେଇ ତଦାରଖ ଜାରି ରହିଛି । ମାର୍କେଟ ବିଲ୍ଡିଂ,ବାପୁଜି ନଗର,ସହିଦ ନଗର,ସିଆରପି ଛକ,ଇନ୍ଦ୍ରଧନୁ ମାର୍କେଟରେ ଚଢ଼ାଉ ଜାରି ରହିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ